ଧସିଲା କାଣ୍ଡେଲ-ସିରୋଲ ମଧ୍ୟରେ ଯୋଗାଯୋଗର ସେତୁ: ନିମ୍ନ ମାନର କାର୍ଯ୍ୟକୁ ଦାୟୀ କଲେ ଲୋକେ, ସ୍କୁଲ ଛାତ୍ରଛାତ୍ରୀ ଭୟଭୀତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲରୁ ସିରୋଲକୁ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଥିବା ବ୍ରିଜ ଆଜି ସକାଳ ପାଖାପାଖି ୯ ଟା ବେଳେ ଏକ ବାଲି ବୋଝେଇ ହାଇବା ଯାଉଥିବା ସମୟରେ ହଠାତ୍ ଧସିପଡିଛି । ତେବେ କୈାଣସି ଧନଜୀବନ କ୍ଷୟକ୍ଷତି ଘଟିନଥିଲେ ମଧ୍ୟ ଗାଡିଟି ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦେଇ ଥିବା ଜଣାପଡିଛି । କିନ୍ତୁ ଏଭଳି ସ୍ଥିତିରେ ଅଞ୍ଚଳର ପ୍ରାୟ ୧୦ ରୁ ୧୨ ଖଣ୍ଡ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶିକ୍ଷା ସ୍ୱାସ୍ଥ୍ୟ, ବଜାର, ଧାନ ମଣ୍ଡିଠୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ କାଣ୍ଡେଲ ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ବ୍ରିଜ ଧସିବା ଏବେ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି । ସ୍ଥାନୀୟ କେସିଙ୍ଗା ସହରକୁ ଯିବାକୁ ମଧ୍ୟ ଏହି ରାସ୍ତାଟି ଯୋଗାଯୋଗ ର ମୁଖ୍ୟ ମାଧ୍ୟମ । ତେବେ ସିରୋଲ, ପୋଡଖମ୍ବ, ଭଳି ଗାଁରୁ ଅନେକ ସଂଖ୍ୟକ ଛାତ୍ର ଛାତ୍ରୀମାନେ କାଣ୍ଡେଲ ହାଇସ୍କୁଲ କୁ ପାଠପଢିବାକୁ ଆସୁଥିବା ବେଳେ ଆଜି ଏହି ବ୍ରିଜ ଧସିଯିବାରୁ ଛାତ୍ର ଛାତ୍ରୀ ମାନେ ଭୟଭୀତ ହୋଇ ରାସ୍ତା ପାର ହେବାପାଇଁ ଚେଷ୍ଟା କରୁଥିବା ବେଳେ, ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ର ଛାତ୍ରୀଙ୍କୁ ରାସ୍ତା ପାର କରି ବିଦ୍ୟାଳୟ କୁ ପଠାଯାଇଛି । ତେବେ ଏହି ସେତୁଟି ନିର୍ମାଣ ଗତ ତୃଟି ଯୋଗୁଁ ଅନେକ ଥର ବନ୍ୟା ମାଡ଼ ଖାଇ ବିପଦ ସଂକୁଳ ଥିବାବେଳେ ଆଜି ଆକସ୍ମିକ ଭାବେ ଧସିଯିବାରୁ ଅଞ୍ଚଳବାସୀ ନିମ୍ନ ମାନର କାମକୁ ନେଇ ଆର୍.ଡି. ବିଭାଗକୁ ଦାୟୀ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲେ ମଧ୍ୟ ଏହି ଅଣ ଓସାରିଆ ସେତୁଟି ଆଜି ଧସି ପଡ଼ିଛି । ଯାହାକି କେବଳ ଯେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନୁହେଁ କାଣ୍ଡେଲରେ ଆଜି ବୁଧବାର ସାପ୍ତାହିକ ବଜାର ଥିବା ବେଳେ ଅନେକ ସଂଖ୍ୟକ ଚାରି ଚକିଆ ବିଶିଷ୍ଟ ଗାଡି ବଜାର ଆସିଥିବା ବେଳେ ସେମାନେ ଦିର୍ଘ ଘଣ୍ଟା କାଳ ଫସିରହି ଅନ୍ୟ ଏକ ବୁଲାଣି ରାସ୍ତାକୁ ପାଖାପାଖି ୧୦ କିମି ବୁଲି ଘରକୁ ଫେରୁଥିବା ଦେଖାଦେଇଛି । ତେବେ ତୁରନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ଏହି ସେତୁର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ସହିତ ବର୍ତ୍ତମାନ ଯେହେତୁ ସ୍କୁଲ ପିଲାଙ୍କ ପରୀକ୍ଷା ହେବ ତେଣୁକରି ଯଥାଶୀଘ୍ର ଏଥି ପାଇଁ ପ୍ରାଥମିକ ପଦକ୍ଷେପ ନେବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯିବା ଆସିବା କରିବାପାଇଁ ନିରାପଦ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ସିରୋଲ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଝରଣା ବାଗଙ୍କ ସ୍ବାମୀ ବିକ୍ରାନ୍ତ ବାଗ ଘଟଣା ସଂପର୍କରେ କେସିଙ୍ଗା ସ୍ଥିତ ଆର୍.ଡି. ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ମତାମତ ନେବା ପାଇଁ କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଟିକୁ ରିସିଭ କରିନଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.