ନାଟ୍ୟକ୍ଷେତ୍ରର ଦ୍ଵିତୀୟ ବାର୍ଷିକୋତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡିର ମଞ୍ଚ ଅନେକ ପ୍ରତିଭାକୁ ଜନ୍ମ ଦେଇଛି । ଏହି କ୍ଷେତ୍ରରେ “ନାଟ୍ୟକ୍ଷେତ୍ର” ଯୁବବର୍ଗଙ୍କୁ ନେଇ କଳାହାଣ୍ଡି ନାଟ୍ୟ ଜଗତକୁ ଆଗେଇ ନେବାର ଏ ସାଧୁ ଉଦ୍ୟମ ଏକ ସେତୁ ଭଳି କାର୍ଯ୍ୟକରୁଛି ବୋଲି ଅନୁଷ୍ଠାନର ଦ୍ଵିତୀୟ ବାର୍ଷିକୋତ୍ସବ ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ଡୁଙ୍ଗୁରିପଦରସ୍ଥ ଜ୍ୟୋତି ଫାର୍ମ ଠାରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ସମ୍ମାନିତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ର, ଭବାନୀପାଟଣାର ନିର୍ଦ୍ଦେଶକ ଶରତ ବେହେରା, ବରିଷ୍ଠ ଚିତ୍ରଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର, ବରିଷ୍ଠ ନୃତ୍ୟଗୁରୁ ଭୀମସେନ ସାହୁ, ସଭାପତି ସୌରଭ ମହାପାତ୍ର, ସମ୍ପାଦକ ରାମେଶ୍ଵର ତ୍ରିପାଠୀ ଓ ସହ ସମ୍ପାଦକ ଲିପ୍ସାରାଣୀ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏଥିରେ ଯୁବ ଅଭିନେତା ସୌମ୍ୟ ରଞ୍ଜନ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏ ଅବସରରେ ଆଜାଦୀ କା ଅମ୍ରିତ ମହୋତ୍ସବ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରତିଯୋଗୀତାରେ ସଫଳ ହୋଇଥିବା ଯୁବ ପ୍ରତିଭାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଙ୍ଗୀତ, ଅଭିନୟ ଓ ନୃତ୍ୟ କ୍ଷେତ୍ରରେ କୃତୀ ପାଇଁ ଚଳିତ ବର୍ଷ ନାଟ୍ୟକ୍ଷେତ୍ର ଯୁବ ପ୍ରତିଭା ସମ୍ମାନ ରେ କଣ୍ଠଶିଳ୍ପୀ ଶ୍ରୀମତୀ ସଙ୍ଗୀତା ରାଉତଙ୍କୁ ସମ୍ମାନିତ କରାଯାଇଥିଲା ।

ସଭା ଶେଷରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଓ ଅନୁଷ୍ଠାନର ସଦସ୍ୟଙ୍କୁ ନେଇ ଏକ ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା ଅବଦୁଲ କାଦିର, ସଙ୍ଗୀତ ଗୁରୁ ନରେନ୍ଦ୍ର ପଣ୍ଡା, କ୍ୟାପଟେନ ଡଃ. ଜୟଦେବ ସାହୁ, ପ୍ରଜ୍ଞା ପରିମିତା ନାୟକ, ତଥାଗତ ମିଶ୍ର, ଅନୁରାଗ ଦାସ, ଶୁଭମ ବେହେରା, ଅନିଲ ବୈଠାରୁ, ପ୍ରତ୍ୟୁଷ ମିଶ୍ର, କେ. ଗୋପୀଧର ନାୟର, ସାର୍ଥକ ଭରଦ୍ବାଜ, ସନ୍ଦୀପ ବର୍ମା, ପ୍ରତ୍ୟୁଷ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଯୁବ ଅଭିନେତା ରାମେଶ୍ଵର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଭିନେତା ସୌରଭ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.