ପଞ୍ଚମୀ ଦୀପ ନିର୍ଦ୍ବନ୍ଦରେ ଗୋଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷା ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ସରିଯାଇଛି । ଧାମନପୁର ସମିତିସଭ୍ୟା ପଞ୍ଚମୀ ଦୀପ ନିଦ୍ୱନ୍ଦରେ ଗୋଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ କିନ୍ତୁ ଟେମରି ସମିତି ସଭ୍ୟା ଅଞ୍ଜଳି ନାଏକ ନାମାଙ୍କନ ପତ୍ର ଫେରାଇ ନେଇ ଥିବାରୁ ପଞ୍ଚମୀ ଦୀପ ନିଦ୍ୱନ୍ଦରେ ଗୋଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ଧର୍ମଗଡ ବିଡିଓ ଶରତ କୁମାର ସେଠୀ ନିର୍ବାଚନ ପରିଚାଳନା କରିଥିବାବେଳେ ଗୋଲାମୁଣ୍ଡା ଜିପିଓ ରମିତ କୁମାର ପ୍ରଧାନ, ମୁଖ୍ୟ କିରାଣି ପ୍ରଦିପ କୁମାର ମହାପାତ୍ର, ଭିଏସଏସଓ ତ୍ରିଲୋଚନ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.