ଏକଲବ୍ୟ ଆଦର୍ଶ ଆବାସିକା ବିଦ୍ୟାଳୟରେ ଭଙ୍ଗାରୁଜା ଓ ଚୋରି ଅଭିଯୋଗ, ଥାନାରେ ମାମଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟାଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକା ବିଦ୍ୟାଳୟରେ ଭଙ୍ଗାରୁଜା ଓ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।ସୂଚନାନୁଯାୟୀ, ଲାଞ୍ଜିଗଡ ବ୍ଳକର ଧଅଁରାଭଟାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକା ବିଦ୍ୟାଳୟଟି ଗତ ୨୦୨୧ ନଭେମ୍ବର ୨୪ରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ଏ ବର୍ଷ ନାମଲେଖା ପାଇଁ ବିଜ୍ଞାପନ ପରେ ଗତ ୨୭ ତାରିଖ ଦିନ ଭବାନୀପାଟଣା ବ୍ଳକ ପାଷ୍ଟିକୁଡି ଠାରେ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ସ୍କୁଲର ବାଳକ ଛାତ୍ରାବାସରେ ଥିବା ଗାଧୁଆ ଘରେ ଲାଗିଥିବା ୱାସ ବେସିନ୍ ଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଠାରେ ଲାଗିଥିବା ପାଣି ଟେପ୍‌ଗୁଡ଼ିକୁ କେହି ଦୁର୍ବୃତ୍ତ ମାନେ ଚୋରି କରି ନେଇଯାଇଛନ୍ତି । ଏସମ୍ପର୍କ ସ୍କୁଲର ସ୍କୁଲ ପରିସରରେ ଥିବା ତିନି ଜଣ ରୋଷେୟା କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଆଜି ଜିଲ୍ଲା ମଙ୍ଗଳଅଧିକାରୀ ଅରବିନ୍ଦ ରାୟ, ସ୍କୁଲ ଦାଇତ୍ଵରେ ଥିବା ଲାଞ୍ଜିଗଡ ଏସଏସଡି ସ୍କୁଲ ଅଧ୍ୟକ୍ଷ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ ଆସି ଘଟଣାର ତଦନ୍ତ କରି ଅତ୍ୟନ୍ତ ଦୁଃଖ ଦାୟକ ବୋଲି ପ୍ରକାଶ କରିଥିଲେ । ଏହାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷଅଧିକ୍ଷଙ୍କୁ ଅବଗତ କରାଇ ଦୋଷି ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରାୟ ପ୍ରକାଶ କରିଥିଲେ । ପରେ ଆଜି ସ୍କୁଲର ତିନିଜଣ ରୋଷେୟା ଏ ନେଇ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟରେ ଥିବା ଛାତ୍ରୀବାସରେ ମଧ୍ୟ ଗତ ଅକ୍ଟୋବର ମାସରେ ଅଜଣା ଦୁର୍ବୃତ୍ତମାନେ ସ୍କୁଲ ବାଡ଼ ଡେଇଁ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିଲେ।ହେଲେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ୫ ମାସ ପରେ ପୁଣି ଦୁର୍ବୃତ୍ତ ମାନେ ସମାନ ଢଙ୍ଗରେ ସ୍କୁଲ ପରିସରରେ ଉତ୍ପାତ କରିଛନ୍ତି । ଏଣୁ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ତୁରନ୍ତ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.