ଦନ୍ତେଶ୍ବରୀ ଉଚ୍ଚ ବିଦ୍ଯାଳୟରେ ଉତ୍କଳ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ଉଚ୍ଚ ବିଦ୍ଯାଳୟଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ଲଖିରାମ ଅଗ୍ରଓ୍ୱାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍କଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବାସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ମାନଙ୍କୁ ସ୍ମରଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ଯ କିଶୋର ନାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ, ବରିଷ୍ଠ ଶିକ୍ଷକ ତୁଲସୀରାମ ବାରିକ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଖେଳ ଶିକ୍ଷକ କାମେଶ୍ୱର ସିଂ, ପତିତପାବନ ମହାବିଦ୍ୟାଳୟ ଅରେବେଡା ଅଧ୍ଯାପକ ତପନ ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ । ଅତିଥି ମାନେ ବାଗଦେବୀ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ଉତ୍କଳ ଦିବସର ମହତ୍ବ, ମାତୃଭାଷା ପ୍ରତି ସଜାଗ ହେବା ସମ୍ବନ୍ଧିତ ଆଲୋଚନା କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ବରିଷ୍ଠ ଶିକ୍ଷକ ରିକ୍ଷୀରାମ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ ଧନ୍ଯବାଦ ଅର୍ପଣ କରିଥିଲେ । ବିଦ୍ଯାଳୟର ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ, ଜିତେନ୍ଦ୍ର ନାଏକ, ନରେନ୍ଦ୍ର ନାଏକ, ହରେକୃଷ୍ଣ ପ୍ରଧାନ, ରମେଶ ବେହେରା, ସ୍ମୃତି ରଞ୍ଜନ ନାଏକ, ମହେନ୍ଦ୍ର ପଟ୍ଟନାୟକ, ହରେକୃଷ୍ଣ ନାଏକ, ସୁଜାତା ବାଗ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.