ବେତାଗୁଡ଼ା ନବୋଦୟ ବିଦ୍ୟାଳୟରେ “ପରୀକ୍ଷା ପେ ଚର୍ଚ୍ଚା ୨୦୨୨”ର ସିଧା ପ୍ରସାରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ବେତାଗୁଡ଼ା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଆଜି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨”ର ପଞ୍ଚମ ସଂସ୍କରଣ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ୪୮୪ ଛାତ୍ର ଛାତ୍ରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବୃନ୍ଦ ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ ।ଆଗାମୀ ଦିନରେ ହେବାକୁଥିବା ବୋର୍ଡ ପରୀକ୍ଷାରେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ଲାଭାନ୍ଵିତ ହେବେ ବୋଲି ମତପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.