ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡ଼ୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଷ୍ଟ ଦିବସିୟ ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଛି । କଲେଜର ଅଧ୍ୟକ୍ଷ ଡ଼ଃ. ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ । ଅଧ୍ୟାପକ ସଞ୍ଜୟ ପୁରୋହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଶାନ୍ତ ଯୋଶୀ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପିକା କଲ୍ୟାଣୀ ମହାନ୍ତି ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ପ୍ରଦାନ କରିଥିଲେ । କୋକସରା ଡିଗ୍ରୀ କଲେଜର ପ୍ରଶିକ୍ଷିକା ପ୍ରିୟଦର୍ଶିନୀ ବେହେରା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଅଗ୍ରୱାଲ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ଅଗ୍ରୱାଲ କଲେଜର ପୁରାତନ ଛାତ୍ର ହୋଇ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ହୋଇଥିବାରୁ କଲେଜ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।କଲେଜର ରେଡ ରିବନ କ୍ଳବର ସ୍ବେଛାସେବୀ ମାନେ ଆଜାଦୀ କି ଅମୃତ ମହୋତ୍ସବରେ ସକ୍ରିୟ ଅଂଶ ଗ୍ରହଣ ରକ୍ତଦାନ ଓ ଏଡ଼ସ ନିରାକରଣ ଉପରେ ସଚେତନତା ସୃଷ୍ଟି କରିଥିବାରୁ ସ୍ବେଛାସେବୀ ମାନଙ୍କୁ ଜିଲ୍ଲା ତରଫରୁ ଶ୍ରୀ ଅଗ୍ରୱାଲ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଶ୍ରେଷ୍ଠ ସ୍ବେଛାସେବୀ ପ୍ରବୀଣ ବଣିଆ ଙ୍କୁ ୨୧୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଛାତ୍ରୀ ମାନେ ପ୍ରଦାନ କରିଥିଲେ । ଖେଳ ଶିକ୍ଷକ ବୀରେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ହେମନ୍ତ ସେନାପତି, ଭାଗବତ କଟା, ଭାରତ ଠାକୁର, ବିଭୁଞ୍ଜନ ସାହୁ, ତୁଳସୀ ବାଗ, ଦିବାକର ଦୁର୍ଗା ତଥା ଛାତ୍ରୀ ସାନୁ ସାହୁ, କୋମନ ଶର୍ମା, ସନ୍ତୋଷିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.