କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ସେବକ ଜ୍ୟୋତି ଚରଣ ନାଗ ଏହି ସମାରୋହର ସଭାପତିତ୍ବ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍କଳ ଦିବସର ମହତ୍ଵ ଓ ସ୍ଵତନ୍ତ୍ରତା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦୀର୍ଘଦିନ ପରେ ପିଲାମାନେ ସ୍କୁଲକୁ ଆସୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଆକୃଷ୍ଟ କରୁଛନ୍ତି । ବିଦ୍ୟାଳୟର ଶିକ୍ଷକ ରଥି ମେହେର, ତିଳରାମ ମାଝୀ, ସନ୍ଧ୍ୟାରାଣୀ ଆଡବଙ୍ଗ ଓ ଡିସମ୍ବର ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.