5-T ସ୍କୁଲ ପରିଦର୍ଶନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡିଓ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ସ୍କୁଲରେ ଫାଇବ୍ -ଟି କାମ ଚାଲୁଥିବା ବେଳେ ପ୍ରାୟ ସ୍କୁଲରେ ଶ୍ରେଣୀ ଗୃହର , ପିଇବା ପାଣିର ଓ ଅନ୍ୟାନ୍ୟ ସମସ୍ୟା ରହିଥିବାର ଜଣାପଡିଛି । ଚହକା ସରକାରୀ ଉନ୍ନୀତି ଉଚ୍ଚ ବିଦ୍ୟାଳୟ ଓ ବଡଚେରଗାଁ ପବ୍ଲିକ ହାଇସ୍କୁଲରେ ହଠାତ୍ ୫ଟି କାମକୁ ଦେଖିବାକୁ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନିଗ୍ଧାରାଣୀ ପ୍ରଧାନ ପରିଦର୍ଶନ କରି କାମ ଉନ୍ନତି ମାନର କରିବାକୁ ଏବଂ ଅତିଶିଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚହକା ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଶ୍ରେଣୀ ଗୃହର ବ୍ୟବସ୍ଥା ନ ଥିବା ଅଭିଭାବକ ମାନେ ବ୍ଲକ ଅଧ୍ୟକ୍ଷଙ୍କୁ ଜଣେଇବା ପରେ ମୁଁ ମାନ୍ୟବର ଶକ୍ତି, ଶିଳ୍ପ,ଏମଏସଏମଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଅନୁରୋଧ କରିବି ଓ ଶ୍ରେଣୀ ଗୃହର ବ୍ୟବସ୍ଥା କରିବି ବୋଲି ବ୍ଲକ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଚହକା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ କେବଳ ଦୁଇ ଜଣ ଶିକ୍ଷକ ରହିଥିବା ବେଳେ ଶିକ୍ଷାଦାନ ପାଇଁ ବହୁତ ଅସୁବିଧା ହେଉଅଛି ଏବଂ ଆସନ୍ତାକାଲି ପାଠ ପଢା ଆରମ୍ଭ ହେବାକୁ ଥିବା ବେଳେ ପଢିବା ପାଇଁ ବର୍ତ୍ତମାନ ଶ୍ରେଣୀ ଗୃହ ନାହିଁ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଉପଯୁକ୍ତ ସ୍ଥାନ ନ ଥିବା ଅଭିଭାବକ ସମେତ ଛାତ୍ରଛାତ୍ରୀ ମାନେ ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଙ୍କୁ ଜଣେଇଥିଲେ । ୫-ଟି କାମରେ କେବଳ ଦୁଇଟି ଡିଜିଟାଲ ଗୃହ ହେଉଥିବା ବେଳେ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ଅନୁରୋଧ କରିଛନ୍ତି । ପରିଦର୍ଶନ ସମୟରେ ତିନି ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ, ଚହକା ସରପଞ୍ଚ ହେମବନ୍ତୀ ତାଣ୍ଡି, ନାଏବ ସରପଞ୍ଚ ଲୋଚନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.