ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ମୁମ୍ବାଇରେ ମୃତ୍ୟୁ, କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡରେ ଅସହ୍ୟ ହେଉଛି ଦାଦାନ ଦୁଃଖ । ଲାଞ୍ଜିଗଡ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ଗାଁର ବାବୁଲା ମାଝୀ(୨୦) ନାମକ ଜଣେ ଯୁବକ ଦାଦନ ଖଟିବାକୁ ଯାଇଥିବା ବେଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ଲାଞ୍ଜିଗଡ ବ୍ଳକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପାଜିବାହିଲି ଗାଁର ପାଗୁ ମାଝୀଙ୍କ ପୁଅ ହେଉଛନ୍ତି ବାବୁଲା ।ପରିବାରରେ ବାପା ସାଗୁ, ମା’ଗୁଲାପି ମାଝୀ ଓ ଗୋଟି ଛୋଟ ଭଉଣୀ ଅଞ୍ଜନା ମାଝୀ । ମା’ ଗୁଲାପିଙ୍କ ୨୦୨୦ ମସିହାରେ ମୃତ୍ୟୁ ଘଟିବା ପରେ ବହୁ କଷ୍ଟରେ ଚଳୁ ଥିଲେ ।ଏହାକୁ ନେଇ ବାବୁଲା ଆଜକୁ ୨ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଯୁଗସାଇପାଟଣାର ଦାଦନ ସରଦାର ଭାନୁ ହରିଜନଙ୍କୁ ଯୋଗାଯୋଗ କରିଥିଲେ । ପରେ ଗାଁର ଜଣେ ଯୁବକ ମହେନ୍ଦ୍ର ନାଏକ ସାଙ୍ଗରେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ । ମହେନ୍ଦ୍ର ଗତ କିଛି ମାସ ହେଲା ନିଜ ଘରକୁ ଫେରି ପୁଣି କେରଳକୁ ଦାଦନ ଖଟିବାକୁ ଯାଇଛି । କିନ୍ତୁ ବାବୁଲା ଘରକୁ ନଫେରି କିଛି ବଙ୍ଗାଳି ଯୁବକ ସହିତ ରହି କାମ କରୁଥିଲା ବୋଲି ପରିବାର ଲୋକେ କହୁଥିଲେ । ଗତ ୨୮ ତାରିଖରେ ପାଗୁ ମାଝୀଙ୍କ ନିକଟକୁ ପୁଅ ବାବୁଲାଙ୍କ ନମ୍ବରରୁ ଫୋନ ଆସିଥିଲା । ପୁଅ ଫୋନ କରିଛି ବୋଲି ବାପା ପୁଅ କେମିତି ଅଛୁ ବୋଲି ପଚାରିବାରୁ ସେପଟରୁ ବାବୁଲାର ସାଙ୍ଗ କହୁଛି ତମ ପୁଅ ବାବୁଲା ଗତ ମାର୍ଚ୍ଚ ୧୨ ତାରିଖରେ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇ ଥିବା କୁହାଯାଇଥିଲା । ଏହା ଶୁଣିଲା ପରେ ବାପା ପାଗୁ ମାଝୀ ସ୍ଥାନୀୟ ସରପଞ୍ଚ ପୁରାଣ ମାଝୀଙ୍କୁ ଜଣାଇବା ପରେ ଆଜି ଗଣ ମାଧ୍ୟମ ପ୍ରତିନିଧି ସମ୍ମୁଖରେ ପୁଅର ମୃତ୍ୟୁ ଘଟଣା ବିଷୟରେ ସରପଞ୍ଚ ଓ ବାବୁଲାର ବାପା ପ୍ରକାଶ କରିଛନ୍ତି । ତେବେ ପୁଅର ମୃତ୍ୟୁକୁ ନେଇ ପାଗୁ ମାଝୀ ସନ୍ଧେହ ପ୍ରକାଶ କରିଛନ୍ତି । ଏହି ପରିବାର ବର୍ଗ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.