ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ । କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣା ଶୁଣା ଥିଲେ । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ନିରବଚ୍ଛିନ୍ନ ଭାବେ ଶିକ୍ଷା ଦାନ କରିଥିଲେ । ଫିରିଙ୍ଗିଆ ବ୍ଲକରେ ମଧ୍ୟ କିଛି ଦିନ ରହି ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ । ଗତ କିଛି ମାସ ତଳେ ସେ ଖଜୁରୀପଡା ବ୍ଲକରେ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ସୋନପୁର ନିଆଯାଇ ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ୟୂଥ ଅଫ୍ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ମୁଖାଗ୍ନି ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.