ଗୋଲାମୁଣ୍ଡା ବ୍ଲକରେ ତିନି ଚକିଆ ଦିବ୍ୟାଙ୍ଗ ସାଇକେଲ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଦିବ୍ୟାଙ୍ଗମାନଙ୍କୁ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ତିନି ଚକିଆ ଦିବ୍ୟାଙ୍ଗ ସାଇକେଲ ପ୍ରଦାନ କରାଯାଇଛି । ମହାଲିଙ୍ଗ ଗ୍ରାମପଞ୍ଚାୟତ କୁଲିଆପଡ଼ାର ଗାଁର ତିଲୋତ୍ତମା ଭୋଇ, ମହାଲିଙ୍ଗ ଗ୍ରାମର କହ୍ନେଇ ତାଣ୍ଡି ଓ ଗର୍ଣ୍ଣ ବାଗ, ଚିଚିଆ ଗାଁର ବକ୍ରମଣି ପଟେଲ, ଫରଙ୍ଗ ଗାଁର ଶଙ୍କର ବିହାରୀ ଓ ମଧୁ ଭୋଇ , ମକ୍ରାଗୁଡା ଗାଁର ପୁରନ୍ଦର ଭୋଇ ଓ ଖଲିଆକାନି ଗାଁ ର ଶଙ୍କର ପାତ୍ର ସମେତ ଆଠ ଜଣଙ୍କୁ ପ୍ରଦାନ କରାଯାଇଅଛି । ତିନି ଚକିଆ ସାଇକେଲ ପାଇ ଆଠ ଜଣଙ୍କ ମୁହଁରେ ଖୁସିର ଲହରୀ ଖେଲିଯାଇଛି । ବହୁତ ଦିନରୁ ଏକ ସାଇକେଲ ପାଇଁ ଆଠ ଜଣ ଚାହିଁ ବସିଥିବା ବେଳେ ନୂତନ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଆସି ବ୍ଲକ ଅଧ୍ୟକ୍ଷଙ୍କୁ କହିଥିବା ବେଳେ ତୁରନ୍ତ ଆଜି ହିଁ ସେମାନଙ୍କୁ ପ୍ରଦାନ କରିବା ବୋଲି ତୁରନ୍ତ ଦିବ୍ୟାଙ୍ଗ ମାନଙ୍କୁ ସୁବିଧା ଭାବରେ ଆଣି ଏକତ୍ରିତ କରି ଏକ ଦିନରେ ହିଁ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବରାଜ ରାଉତ, ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ତ୍ରିଲୋଚନ ନାଏକ, ମହାଲିଙ୍ଗ ସମିତି ସଭ୍ୟ କିରଣ ସିଂ, ଫରଙ୍ଗ ସରପଞ୍ଚ ପୁର୍ଣ୍ଣ ଭୋଇ, ମାନଝରୀ ସରପଞ୍ଚ ଜଗଜିବନ ଅଘ୍ରିଆ, ଉଦେଶୃଙ୍ଗ ସରପଞ୍ଚ ନାରାୟଣ ଅଘ୍ରିଆ, ଖମାରହଲଦୀ ସରପଞ୍ଚ ରବିନ୍ଦ୍ର ମୁଣ୍ଡ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଖଲିଆକାନି ସମିତି ସଭ୍ୟାଙ୍କ ପ୍ରତିନିଧି ମହେନ୍ଦ୍ର ମଙ୍ଗରାଜ ଓ ପିଇଓ ଡମ୍ବୃଧର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କ ପ୍ରତିଦିନର କାର୍ଯ୍ୟକୁ ଦେଖି ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.