କାମନା ଦଣ୍ଡ : ମହା କଭ୍‌ରେଜ୍ (୨)

ଧୂଳିଆ ଦଣ୍ଡ; ପ୍ରଚଣ୍ଡ ରୌଦ୍ରତାପରେ ଧୂଳିରେ ଗଡ଼ି କଣ୍ଟା ଉପରେ ଶୋଇବା

ସକାଳ ବନ୍ଦାଣ ପରେ ନିର୍ଦ୍ଧାରିତ ସ୍ଥାନରେ ସାମୟିକ ବିଶ୍ରାମ ପରେ ଯେତେବେଳେ ମୁଣ୍ଡଉପରେ ଚାଳିଶ ଡ଼ିଗ୍ରୀର ଖରା ଥାଏ, ଖାଲି ପାଦରେ ଚାଲିବା କଥା ଯେତେବେଳେ ଭାବି ହୁଏନି, ଏହି ତେରଭକ୍ତାମାନେ କିନ୍ତୁ ପ୍ରଚଣ୍ଡ ରୌଦ୍ର ତାପରେ ଖରାରେ ତଳେ ଗଡ଼ନ୍ତି, କେବଳ ଗଡ଼ନ୍ତି ନୁହେଁ ତଳେ କଣ୍ଟା ଦେଇ ତା ଉପରେ ଭକ୍ତମାନେ ଶୋଇବା ଏବଂ ତାଙ୍କରି ଉପରେ ବଡ଼ ବଡ଼ କାଠଗଣ୍ଡି ବି ଦିଆଯାଇଥାଏ । ଏୟା ହିଁ ନିଷ୍ଠା ଆଉ ପରାକାଷ୍ଠା । ତେବେ ଏହି ଭକ୍ତମାନେ ଧୂଳିଆ ଦଣ୍ଡରେ ମାଁ କାଳୀଙ୍କ ପାଇଁ ପ୍ରତୀକାତ୍ମକ ଭାବରେ କିଛି ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ମାଁଙ୍କ ଆସ୍ଥାନ ପାଖରେ ନିଜେ ଶୁଦ୍ଧ ହେଇ, ସଫା ସୁତୁରା କରନ୍ତି । ମାଁଙ୍କ ଅଗଣା ଓ ଆସ୍ଥାନକୁ ସଫା ସୁତୁରା କରିବା ପରେ, ମାଁଙ୍କ ଅଗଣାକୁ ସମତୁଲ କରାଯାଏ, ପ୍ରଥମେ ଜଣେ ଜଣେ କରି ମାଟିରେ ଗଡ଼ିବା ପରେ, ଜଣଙ୍କ ଉପରେ ଆଉ ଜଣେ ଶୋଇ ପୁଣିଥରେ ମାଟିକୁ ସମତୁଲ କରନ୍ତି । ମାଁଙ୍କ ପାଇଁ ସେହି ସ୍ଥାନରେ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା କରାଯାଏ । ମାଁଙ୍କ ଅନ୍ନଭୋଗ ପାଇଁ ମାଟି ହାଣ୍ଡି ତିଆରି ହୁଏ । ଦେବୀଙ୍କ ବର୍ଷ ଯାକର ଅନ୍ନ ଭୋଗ ପାଇଁ ଚାଷାଦି କାର୍ଯ୍ୟ ସମାପନ ହୁଏ । ମାଁଙ୍କ ପାଇଁ ବସ୍ତ୍ର ତିଆରି ହୁଏ । ପୁନର୍ବାର ଦେବୀଙ୍କ ମଣ୍ଡପକୁ ସଫା ସୁତୁରା କରାଯାଏ । ଏହି ସମସ୍ତ ଜିନିଷ ପ୍ରତୀକାତ୍ମକ ଭାବରେ କରା ଯାଇଥିବା ବେଳେ ଚାଷ ବେଳେ ହରପାର୍ବତୀଙ୍କ ଚାଷ ଗୀତ, ଚାଷ ବେଳେ ଲୋକନୃତ୍ୟ ଓ ଲୋକଗୀତ, ଦେଖଣାହାରୀଙ୍କୁ ମନୋରଞ୍ଜନର ଖୋରାକ୍ ଦେଇଥାଏ । ଧୂଳିଆ ଦଣ୍ଡ ପରେ ଭକ୍ତମାନେ ସ୍ନାନ ପାଇଁ ଜଳାଶୟକୁୁ ଯାଆନ୍ତି (କ୍ରମଶଃ….)

ଉପସ୍ଥାପନା:

ହେମନ୍ତ ସାହୁ

ସ୍ବତନ୍ତ୍ର ପ୍ରତିନିଧି କଳାହାଣ୍ଡି OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.