କେସିଙ୍ଗା ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ

ତୁମ୍ବେଶ୍ୱର ସାହୁ ସଭାପତି, ଡମ୍ବରୁଧର ଭୋଇ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଆଜି ପାରିଜାତ ହୋଟେଲ ଠାରେ ଆୟୋଜିତ ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ତୁମ୍ବେଶ୍ୱର ସାହୁ, ସମ୍ପାଦକ ଭାବେ ଡମ୍ବରୁଧର ଭୋଇ, ଉପସଭାପତି ଭାବେ ମଧୁ ସିନ୍ଦୁର, କୋଷାଧ୍ୟକ୍ଷ ଭାବେ ମଧୁସୂଦନ ଠାକୁର, ଯୁଗ୍ମ ସମ୍ପାଦକ ମନୋଜ ସିଂ, ଶିବ ପ୍ରସାଦ ସାହୁ, ସାଙ୍ଗଠନିକ ସମ୍ପାଦକ ବଳରାମ ନାୟକ, ଉପଦେଷ୍ଟା କମିଟିର ସଦସ୍ୟ ଦୟାନିଧି ସୁନାନୀ, ଡମ୍ବରୁଧର ପଟ୍ଟନାୟକ, ବିନୋଦ ଜୈନ, ଲିଗାଲ ଆଡ଼ଭାଇଜର, ତଥା ବାର ଏସୋସିଏସନର ସଭାପତି ପ୍ରକାଶ କୁମାର ଦାଶ ପ୍ରମୁଖଙ୍କ ଉପସ୍ଥିତରେ ନୂତନ କର୍ମକର୍ତ୍ତା ୩ବର୍ଷ ପାଇଁ ଚୟନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.