ବୃନ୍ଦାବାହାଲଠାରେ ଏସବିଆଇ ଏଟିଏମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀ ଆଜି ପୁରଣ ହୋଇଛି । ବୃନ୍ଦାବାହାଲ ମୁଖ୍ୟ ଛକଠାରେ ଶକ୍ତି,ଶିଳ୍ପ,ଏମଏସଏମଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ କ୍ରମେ ଏହି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମକୁ ଦୁଇ ନମ୍ବର ଜୋନର ଜିଲ୍ଲା ପରିଷଦ ଶ୍ରୀମତୀ ହେମାଙ୍ଗୀନି ରାଉତ, ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତ, ଗଣ୍ଡାମେର ସରପଞ୍ଚ ବୃନ୍ଦାବନ ନାଏକ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଉଦିତ କୁମାର ପଣ୍ଡା ଉପସ୍ଥିତରେ ଏହି ଏଟିଏମକୁ ଉଦଘାଟନ କରିଥିଲେ । ଉକ୍ତ ସମୟରେ ନବରତ୍ନ ରାଉତ, ଦାମୋଦର ରାଉତ, ଜଗୁପ୍ରସାଦ ରାଉତ, ମୋହନ ଚରଣ କେତକୀ, ଯଦୁରାଜ ପାଣିଗ୍ରାହୀ, ମାନସ ରାଉତ, ଦେବେନ୍ଦ୍ର ରାଉତ, ନୃପ ମେହେର, ତରଙ୍ଗ ଚଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ । ବୃନ୍ଦାବାହାଲ ଛକଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ ସ୍ଥାପନା ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀଙ୍କ ଦାବୀ ରହି ଆସୁଥିବା ବେଳେ ଆଜି ଅଞ୍ଚଳବାସୀଙ୍କ ଦାବୀ ପୁରଣ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.