ପ୍ରକୃତିକୁ କୃତଜ୍ଞତା ଜଣାଇ ଚୈତ୍ର ପର୍ବର ଶୁଭାରମ୍ଭ କଲେ ଦୁରୁଆ ଜନଜାତି

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ଜଣାଶୁଣା । ଆଦିବାସୀ ସମ୍ପ୍ରଦାୟର ଭିନ୍ନ ପରମ୍ପରା । ଏହି ଜିଲ୍ଲାରେ ଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଭିନ୍ନ ଭିନ୍ନ ଉତ୍ସବ ଜିଲ୍ଲାରେ ଆଦିବାସୀ ପରମ୍ପରାକୁ ଏକ ନୂତନ ପରିଚୟ ପ୍ରଦାନ କରିଛି । ବର୍ଷର ଏହି ସମୟଟି କୋରାପୁଟର ଆଦିବାସୀଙ୍କ ପାଇଁ ମହାଆନନ୍ଦର ସମୟ । ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠ ନିକଟ ଜଙ୍ଗଲ ମଧ୍ୟରେ ଥିବା ସିରିବେଡା ଗ୍ରାମରେ ଦୁରୁଆ ଜନଜାତି ଆନନ୍ଦ ଉଲ୍ଲାସର ସହ ଚୈତ୍ର ପର୍ବ ପାଳନ କରିଛନ୍ତି ।ଜନଜାତିଶିରିବେଡ଼ା ସମେତ ଓଡ଼ିଶା ଓ ଛତିଶଗଡ଼ରେ ଡୁରୁଆ ପରିବାର ବସବାସ କରୁଥିବା ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ଓ ଗାଁ ପୂଜକ ଦିଶାରୀ ଶିରିବେଡା ନିକଟସ୍ଥ ଏକ ପଥର ଗୁମ୍ଫା ନିକଟରେ ଏକତ୍ରିତ ହୋଇ ପାରମ୍ପରିକ ରୀତିରେ ଚୈତ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଜନଜାତିର ଲୋକେ ଆମ୍ବ ଖାଇବା ଆରମ୍ଭ କରିବା ସହ ଚାଷୀମାନେ ପାହାଡ଼ ଡଙ୍ଗରରେ ଧାନ ଓ ମାଣ୍ଡିଆ ବିହନ ବୁଣିବାକୁ ଆରମ୍ଭ କରିଥାନ୍ତି । ପୁରୁଷ ଦିଶାରି ଓ ମହିଳା ଗୁରୁମାଇ ମାନେ ପଥର ଗୁଡ଼ିକ ମଧ୍ୟରେ ଥିବା ଦେବୀ ଦେବତାଙ୍କୁ ଆବାହନ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବାଅନୁସାରେ, ଯେଉଁମାନେ ଗ୍ରାମ ଦିଶାରି ଓ ଗୁରୁମାଈଙ୍କ ଦ୍ଵାରା ଉପକୃତ ହୋଇଥିଲେ ସେମାନେ ଆଜି ସଂପୃକ୍ତ ଦିଶାରୀ ଓ ଗୁରୁମାଇଙ୍କୁ ଦେବୀ ଦେବତାଙ୍କ ସମ୍ମୁଖରେ କୃତଜ୍ଞତାର ଭେଟି ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.