ନବକୁଣ୍ଡୀୟ ବିଶ୍ଵଶାନ୍ତି ମହାବିଷ୍ଣୁ ଯଜ୍ଞ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜୟପାଟଣା ଓ କୋକସରା ବ୍ଲକ ସୀମାନ୍ତ ଖଇର ଭାଡ଼ି ଗ୍ରାମରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ୩୯ତମ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଯଜ୍ଞ ହେବା ଫଳରେ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ଏହି ବୈଦିକ ଯଜ୍ଞ ରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଧି ଅନୁସାରେ ପ୍ରଥମେ ଅଙ୍କୁରା ରୋପଣ, କଳସ ଯାତ୍ରା, ଅଧିବାସ, ଅଗ୍ନିସ୍ଥାପନ, ପୂଜନ, ଯଜ୍ଞହବନ, ମନ୍ତ୍ରପ୍ରଦାନ, ସଂସ୍କାର କାର୍ଯ୍ୟକ୍ରମ, ମୁଣ୍ଡନ, ପ୍ରସାଦ ସେବନ, ଅନ୍ନ ଛତ୍ର ଏବଂ ଗୁରୁପୁତ୍ର ଜଗଦାନନ୍ଦଜୀଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ଭଜନ ଭଳି କାର୍ଯ୍ୟକ୍ରମ ଏହି ଯଜ୍ଞ ସ୍ଥଳରେ ଅନୁଷ୍ଠିତ ହୋଇ ଥିଲା । କାଳୀକୃଷ୍ଣ ସଂଘର ଗୁରୁମାତା ସରୋଜିନୀ ଦେବୀଙ୍କ ଆଶୀର୍ବାଦକ୍ରମେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଶ୍ରୀ ବଳଦେବାନନ୍ଦଜୀଙ୍କ ଉପସ୍ଥିତରେ ତଥା ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଙ୍କ ମାର୍ଗଦର୍ଶନରେ ଆଚାର୍ଯ୍ୟ ମାନଙ୍କଦ୍ବାରା ଏକ ଭବ୍ୟ ପରିବେଶରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭକ୍ତି ଓ ସେବା ମାଧ୍ୟମରେ ଗତ ଅପ୍ରେଲ ଏକ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ତିନି ତାରିଖରେ ଉଦଯାପିତ ହୋଇଛି । ଏହି  ମହାଯଜ୍ଞ ପରିଚାଳନାରେ କାଳୀକୃଷ୍ଣ ସଂଘର କର୍ମକର୍ତ୍ତା ଓ ଖଇରଭାଡି ଗ୍ରାମବାସୀ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁମାନେ ସହଯୋଗ କରିଥିଲେ ।

         

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.