ନର୍ଲାରେ ରାତ୍ରୀକାଳୀନ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା ପପୁ ବ୍ରଦରର୍ସ ଚମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଫୁଟବଲ କମିଟି ତରଫରୁ ଜିଲ୍ଲାରେ ପ୍ରଥମ ଭାବରେ ୭ ଜଣିଆ ଖେଳାଳୀ ଯୁକ୍ତ ରାତ୍ରୀ କାଳୀନ ଫୁଟବଲ ମ୍ୟାଚ୍ର ଆୟୋଜନ କରାଯାଇଥିଲା । ରବିବାର ସଂଧ୍ୟା ୬ ଘଣ୍ଟା ସମୟରେ ନର୍ଲା ହାଇସ୍କୁଲ ପଡିଆରେ ଟୁର୍ଣ୍ଣାମେଣ୍ଟଟି ଉଦ୍ଗାଟିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି ଫିତାକାଟି ଟୁର୍ଣ୍ଣାମେଣ୍ଟଟିକୁ ଉଦ୍ଘାଟନ କରିଥିଲେ ।

ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ତନୁଜା ହରପାଲ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଯୁବନେତା ନିଲ ସିଂଦେଓ, ୱେଲଫେଆର ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ନିଖାଲ ପ୍ରଭିନ, ତ୍ରୀଲକ୍ଷ୍ୟ ହରପାଲ, ପୂର୍ବତନ କ୍ରୀଡାବିତ୍ତ ସରୋଜ ଚାନ୍ଦ୍ ଓ ନର୍ଲାର ଅନେକ ପୂର୍ବତନ କ୍ରୀଡାବିତ୍ତ ମାନେ ଉପସ୍ଥିତ ଥିଲେ ।

ଉଦ୍ଘାଟନୀ ମ୍ୟାଚ୍ ସୋରିଙ୍ଗପଦର ଓ ନର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ ପପୁ ବ୍ରଦର୍ସ କେସିଙ୍ଗା ଓ ମହୀପୁର (ତୁଷୁରା) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୧ ରେ କେସିଙ୍ଗା ପପୁ ବ୍ରଦର୍ସ ଚମ୍ପିଅନ ହୋଇଥିଲେ ।

ବିଜୟୀ ଟିମକୁ ଟ୍ରଫି ସହ ୭,୦୦୦ ଓ ରନର୍ସ ଅଫ୍ ମହିପୁରକୁ ଟ୍ରଫି ସହ ୫,୦୦୦ ଟଙ୍କା ନଗଦ୍ ରାଶି ପ୍ରଦାନ କରାଯାଇଥିଲା । ରାତି ୧ ଟା ବେଳେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ଡିଏସପି ରେଣୁକା ସୁନା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଅତିଥି ଭାବରେ ଯୋଗଦାନ କରି ପୁରସ୍କାର ପ୍ରଦାନ କରିଥିଲେ । 

କଳାହାଣ୍ଡି ତଥା ପଡୋଶୀ ବଲାଙ୍ଗୀର ଜିଲ୍ଲାରୁ ସମୁଦାୟ ୮ ଗୋଟି ଫୁଟବଲ ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ । ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର କ୍ରୀଡା ଶିକ୍ଷକ ନାରାୟଣ ନାଏକ ମ୍ୟାଚ ରେଫରି ରହି ମ୍ୟାଚ ଗୁଡିକ ପରିଚାଳନା କରିଥିବା ବେଳେ ରେଫରୀ ଛବି ନାଏକ ଓ ବିଶେଶ୍ୱର ନାଏକ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । ଫରେଷ୍ଟର ଶୁଭେନ୍ଦୁ ବିଶି ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ ।

ଆୟୋଜକ ନର୍ଲା ଫୁଟବଲ କମିଟିର ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ମଣ୍ଟୁ ପୁଝାରୀ, ତ୍ରୀଲୋଚନ ଗଉଡ, ବିଜୟ ବାଣୁଆ, ଭକ୍ତରାମ ମାଝୀ, ଗୁଗୁଲ ମାଝୀ, ଦେବା ବିଶି, ଗୋପାଳ ମାଝୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । କଳାହାଣ୍ଡିରେ ଏଭଳି ରାତ୍ରୀ କାଳୀନ ସେଭେନ ସେଟ ଫୁଟବଲ ମ୍ୟାଚ ପ୍ରଥମ ଭାବରେ ଆୟୋଜିତ ହୋଇଥିବା ବେଳେ ରାତି ୧ ଟା ଯାଏଁ ଭରପୁର ଦର୍ଶକ ମନଭରି ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.