• ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଲେ ଫାୟାର ସ୍କ୍ୱାର୍ଡ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ଗ୍ରାମ୍ୟ ଜଙ୍ଗଲରେ ଲାଗିଲା ନିଆଁ । ନିଆଁ ଲାଗିବା ଖବର ପାଇବା ପରେ ବନ ବିଭାଗର ଫାୟାର ସ୍କ୍ୱାର୍ଡ କର୍ମଚାରୀ ମାନେ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତବେ ବିଭିନ୍ନ ସମୟରେ ବିଶ୍ଵନାଥପୁର ବନାଞ୍ଚଳର ବିଭିନ୍ନ ବିଟ୍ ତଥା ବିଭିନ୍ନ ସେକ୍ସନ ଅଞ୍ଚଳରେ ଥିବା ଜଙ୍ଗଲ ଗୁଡ଼ିକରେ ବ୍ୟାପକ ପରିମାଣରେ ନିଆଁ ଲାଗୁଥିବା ବେଳେ ବନ ବିଭାଗର ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଥିବା ଚର୍ଚ୍ଚା ହେଉଛି । ଏପଟେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ବିନା କୈାଣସି ସୁରକ୍ଷା ବ୍ୟବସ୍ଥାରେ ବିପଦ ମଧ୍ୟକୁ ଠେଲି ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଆସୁଛି । ଅପରପକ୍ଷରେ ଅସ୍ଥାୟୀ କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ବନ ବିଭାଗର ଅଧିକାରୀ ମାନେ ବ୍ୟାପକ ଜନ ସଚେତନ କରିବା ତଥା ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି ।