ରେଳରୋକୋ ଆନ୍ଦୋଳନ ପାଇଁ ନର୍ଲାରୋଡରେ ଚୁଡାନ୍ତ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୋଭିଡ ପୂର୍ବରୁ ନର୍ଲାରୋଡ ରେଳ ଷ୍ଟେସନରେ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ଲକଡାଉନ ସମୟ ୩୦ ଅପ୍ରେଲ ୨୦୨୦ରୁ ବନ୍ଦ ହୋଇପଡିଲା । ୨୦ ଜୁଲାଇ ୨୦୨୦ରେ ପୁଣି ଥରେ ଟ୍ରେନ ଚଳାଚଳ ଆରମ୍ଭ ହେଲା । କୋଭିଡ ସ୍ପେସିଆଲ ଟ୍ରେନ ଭାବରେ ଉକ୍ତ ଟ୍ରେନ ଗୁଡିକ ଚାଲିଲା । ହେଲେ ପୂର୍ବରୁ ନର୍ଲାରୋଡ ରେଳ ଷ୍ଟେସନରେ ରହଣୀ ରହିଥିବା ଟ୍ରେନ ଗୁଡିକ ନର୍ଲାରୋଡ ଷ୍ଟେସନରେ ଆଉ ରହିଲା ନାହିଁ । ଏଥିପାଇଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କୋଭିଡ କଟକଣା ଅପସାରଣ ପରେ ବାରମ୍ବାର ରେଳବାଇ ବିଭାଗ ଓ ନେତା ମନ୍ତ୍ରୀଙ୍କୁ ନର୍ଲାରୋଡରେ ଟ୍ରେନ ଷ୍ଟପେଜ ନେଇ ଲେଖି ଜଣାଇଲେ ମଧ୍ୟ କୌଣସୀ ସୁଫଳ ମିଳିଲା ନାହିଁ । ଏହାର ପରିଣାମ ସ୍ୱରୁପ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ଆସନ୍ତା ଅପ୍ରେଲ ୧୧ରେ ନର୍ଲାରୋଡ ରେଳ ଷ୍ଟେସନରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏନେଇ ରେଳ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ରେଳବାଇ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରି ସାରିଛି ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସଂଘ । ରେଳରୋକୋ ଆନ୍ଦୋଳନ ପାଇଁ ରବିବାର ସନ୍ଧ୍ୟାରେ ନର୍ଲାରୋଡ ଧର୍ମଶାଳାରେ ରେଳଯାତ୍ରୀ ସୁରକ୍ଷା ସଂଘର ସଭାପତି ପ୍ରଦୀପ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଳଯାତ୍ରୀ ସୁରକ୍ଷା ସଂଘର ଉପଦେଷ୍ଟା ରାମଚନ୍ଦ୍ର ପରିଡା, ସମ୍ପାଦକ ହମେଶ କୁମାର ଜୈନ, ଜହରଲାଲ ବିଶ୍ୱାଳ, ଥାବିରାମ ବୁଦ୍ଧିଆ, ଅମର ରାଉତ, ବିଜୟ ବୁଦ୍ଧିଆ, ବିନାୟକ ମହନ୍ତ, ନର୍ଲା ବଣିକ ସଂଘର ସଭାପତି ଅଜୟ ପଣ୍ଡା, ସାମ୍ବାଦିକ ଶାନ୍ତାନୁ ପାତ୍ର, ନୀଳକଣ୍ଠ ବେହେରା, ଓମ ପୁଝାରୀ, ଶ୍ରୀପତି ମହାନନ୍ଦ, କିରଣ ମହାନନ୍ଦ, ସିପୁନ ଜେନା, ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର ଓ ସଂଘର ସଦସ୍ୟ କୁମୁଦ ଚନ୍ଦ୍ର ନାଏକ, ନରସିଂହ ଥପା, ନର୍ଲା ବ୍ଲକ୍ କଂଗ୍ରେସ ସଭାପତି ସମୀର ଚାନ୍ଦ୍, ବିମଲ କେଡିଆ, ସିପିଆଏମଏଲ ଜାଗ୍ରତ ସମିତିର ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନ, ଦୟାସାଗର ନାଏକ ଓ ନର୍ଲାରୋଡ ତଥା ଆଖପାଖ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶାନ୍ତି ଶଋଙ୍ଖଳାର ସହିତ ସକାଳ ୭ ଘଣ୍ଟାରୁ ରେଳଯାତ୍ରୀ ସୁରକ୍ଷା ସଂଘ ନର୍ଲାରୋଡର ସମସ୍ତ ସଦସ୍ୟ ଏବଂ ନର୍ଲା ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ରେଳରୋକୋ ଆନ୍ଦୋଳନରେ ସାମିଲ ହେବେ । ସଂଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ରେଳରୋକୋ ଆନ୍ଦୋଳନ । ପ୍ଲାଟଫର୍ମରେ ସଭା ସାଙ୍ଗକୁ ରେଳଧାରଣା ଉପରେ ବସି ଆନ୍ଦୋଳନ କରିବେ ଜନସାଧାରଣ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଆନ୍ଦୋଳନ ଦିନ ନର୍ଲା ଓ ନର୍ଲାରୋଡର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅଞ୍ଚଳର ସାମୁହିକ ସ୍ୱାର୍ଥକୁ ନେଇ, ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନର୍ଲାରୋଡ ଯାତ୍ରୀ ସୁରକ୍ଷା ସଂଘ ତରଫରୁ ଏହି ଆନ୍ଦୋଳନ କରାଯାଉଥିବାରୁ ଏଥିରେ ନର୍ଲା ଅଞ୍ଚଳର ଅଧିକରୁ ଅଧିକ ଲୋକ ସାମିଲ ହେବାପାଇଁ ନର୍ଲାରୋଡ ଯାତ୍ରୀ ସୁରକ୍ଷା ମଞ୍ଚ ତରଫରୁ ଆଗ୍ରହ ଓ ଅନୁରୋଧ କରାଯାଇଥିବା ଜଣାପଡିଛି । ବୈଠକ ଶେଷରେ ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସଂଘର ସମ୍ପାଦକ ହମେଶ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.