ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କୁଶୁର୍ଲା ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହେଇଯାଇଛି । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ଲମ୍ବୋଦର ସାହୁକାର,ପ୍ରସନ୍ନ ବେହେରା, ଶିବାଜୀ ବାରିକ ଉପସ୍ଥିତ ଥିଲେ । ଏହି ଅବସରରେ ଆଠ ଦିନ ଧରି ତାଲିମ ନେଇଥିବା ୧୩୧ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବାବେଳେ ଖେଳ ଶିକ୍ଷକ ରାଜ କିଶୋର ରଣା ଧନ୍ୟବାଦାର୍ପଣ କରିଥିଲେ ।