ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକା ଠେଙ୍ଗା ଗ୍ରାମପଞ୍ଚାୟତରେ ଶୁକ୍ରବାର ସରପଞ୍ଚ ହରିପ୍ରିୟା ନାଗଙ୍କ ଅଧ୍ୟକ୍ଷତାରେ ଗ୍ରାମପଞ୍ଚାୟତର ଷ୍ଟାଣ୍ଡିଂ କମିଟି ବା ସ୍ଥାୟୀ କମିଟି ଗଠିତ ହୋଇଯାଇଛି । ପଞ୍ଚାୟତର ଦୁର୍ବଳ, ଗରିବ ଅବହେଳିତ ଲୋକଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା, କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା, ଲୋକଙ୍କ ସହାଭାଗିତାରେ ସ୍ୱଚ୍ଛତା ଭିତ୍ତିକ ଓ ସ୍ଥାନୀୟ ଆବଶ୍ୟକତା ଭିତ୍ତିକ ଯୋଜନା ପ୍ରସ୍ତୁତ କରାଯାଇ ଗ୍ରାମପଞ୍ଚାୟତରେ ଉପଲବ୍ଧ ସମ୍ବଳର ଉତ୍ତମ ବିନିଯୋଗ କରିବା ଦିଗରେ ପଦକ୍ଷେପ ନିଆଯିବ । ଯାହା ଫଳରେ ଲୋକ ମାନଙ୍କ ଆଶା, ଆକାଂକ୍ଷା,ଓ ଜରୁରୀ ଆବଶ୍ୟକତା ପୂରଣ କରିବା ଦିଗରେ ସ୍ଥାୟୀ କମିଟି ଏକ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ କରିବା ଲକ୍ଷ୍ୟ ରହିଛି । ତେଣୁ ଆଜି କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତରେ ସ୍ଥାୟୀ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହଦେବ ଭଇଁସାଲ ସଭା ପରିଚାଳନା କରିଥିଲେ । ଏଥିରେ ପଞ୍ଚାୟତର ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ, ଗ୍ରାମ ରୋଜଗାର ସେବକ ଶିବରାମ ଗହୀର, ସମିତି ସଭ୍ୟା ପ୍ରଭାତୀ ବାଗ ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଶେଷରେ ଯୋଗାଣ ସହାୟକ ସତ୍ୟସୁନ୍ଦର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।