ସେବାଜଗତର ୩୦ତମ ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ୩୦ତମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ପାଳିତ ହେଇଯାଇଛି । ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ମହାବୀର ସାଂସ୍କୃତିକ ଅନୁଷ୍ଠାର ସଭାପତି ଜୟନ୍ତ କୁମାର ବେହେରା, ସ୍ୱେଚ୍ଛାସେବୀ ସଂଗଠନ କର୍ତ୍ତବ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ ପଟ୍ଟନାୟକ, ଅନ୍ତୋଦୟ ଅନୁଷ୍ଠାନର ମୁଖ୍ୟ ଦିଲୀପ କୁମାର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଲକ୍ଷ୍ମୀ ଦାଶ, ସିଡ଼ବ୍ଲ୍ୟୁସି ସଭ୍ୟା ସ୍ୱର୍ଣ୍ଣଲତା ମହାନ୍ତି, ପୂର୍ବତନ ସିଡ଼ବ୍ଲ୍ୟୁସି ସଭ୍ୟ ସଂପୂର୍ଣାନନ୍ଦ ମହାନ୍ତି, ସେବାଜଗତର ପ୍ରତିଷ୍ଠାତା ସଭାପତି ତଥା ଆଦିବାସୀ ନେତା ଧନସିଂ ମାଝୀ, କର୍ଲାମୁଣ୍ଡା ଜୋନ-୧ ର ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଆନ୍ଧ୍ରପ୍ରଦେଶ ଧରିତ୍ରୀ ସଂଗଠନର ନାନା ଜୀ ସମ୍ମାନୀତ ଅତିଥିଭାବରେ ଯୋଗଦେଇ ସାଂପ୍ରତିକ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଗୁରୁତ୍ୱ ଏବଂ ଦାୟିତ୍ୱ ସଂପର୍କରେ ବକ୍ତବ୍ୟ ରଖିଲେ । ରୋଶନାରା ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଏହି ଅବସରରେ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମୁରଲୀ ଚରଣ ଦାସ (ବଲାଙ୍ଗୀର) ପ୍ରଦୀପ ସାହୁ (କଳାହାଣ୍ଡି), କାହ୍ନୁଚରଣ ମହାନ୍ତି (ସୁନ୍ଦରଗଡ଼), ପ୍ରଦୀପ କୁମାର ମାଝୀ (ନୟାଗଡ଼), ଏଆଇଏଫ୍ ରୁ ମନୋଜ ଦାସ ପ୍ରମୁଖ ନିଜ ନିଜ ଅନୁଭୁତି ପ୍ରକାଶ କରିଥିଲେ । ସେବାଜଗତର କୋଷାଧ୍ୟକ୍ଷ ସୁନୀତା ତାଣ୍ଡି ଧନ୍ୟବାଦାର୍ପଣ କରିଥିଲେ । ପରେ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ରଙ୍କ ବ୍ୟଙ୍ଗ କବିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଯାଜ୍ଞସେନୀ ଭୋଇ, ଟଙ୍କଧର ବଗର୍ତ୍ତୀ, ସାରଦା ମାଝୀ, କୌରବ ସାହୁ, ପ୍ରମୋଦିନୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.