୧୨୭ ବାଟାଲିୟନ ଦ୍ୱାରା ବୀରତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତା ଦିବସ (ସୌଜ୍ୟ ଦିବସ )ପାଳନ କରାଯାଇଛି । ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ । ୧୯୬୫ ମସିହା ଏପ୍ରିଲ ମାସ ୯ ତାରିଖ ରେ ଗୁଜୁରାଟର କଚ୍ଛ ଜିଲ୍ଲାର ସର୍ଦାର ପୋଷ୍ଟରେ ସିଆରପିଏଫ ର ଦ୍ୱିତୀୟ ବାଟାଲିୟନର ଏକ ଛୋଟ ଦଳ ମୁତୟନ ଥିବା ବେଳେ ପାକିସ୍ତାନର ୩୫୦୦ ସୈନିକ ଥିବା ଏକ ବୃହତ ଦଳ ଆକ୍ରମଣ କରିଥିଲେ । ସିଆରପିଏଫ ଯବାନମାନେ ସେମାନଙ୍କୁ ମୁକାବିଲା କରିଥିଲେ ।

Omkar Vasthu
Omkar Vasthu


ଏଥିରେ ପାକିସ୍ତାନର ୩୪ ଯବାନ ନିହତ ହୋଇଥିବା ବେଳେ ୪ ଜଣକୁ ଜୀବନ୍ତ କାବୁ କରାଯାଇଥିଲା । ଏଥିରେ ସିଆରପିଏଫ ର ୯ ଜଣ ଯବାନ ସହିଦ ହୋଇଥିଲେ । ସେହିଦିନ ଠାରୁ ଏହି ଦିବସକୁ ସିଆରପିଏଫ ବୀରତା ଦିବସ ଭାବେ ପାଳନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ତାପରେ ସୈନିକ ସମ୍ମିଳନୀ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.