ଡମ୍ ସମାଜ ଏବଂ ଓବିସି ଏସଟି ଏସସି ସମନ୍ବୟ ସମିତି ତରଫରୁ ଅମ୍ବେଦକର ଜୟନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସମ୍ବିଧାନ ପ୍ରଣେତା ଡ଼ଃ. ଭୀମ ରାଓ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ଡମ୍ ସମାଜ ବିକାଶ ପରିଷଦ ଓ ଓବିସି ଏସଟି ଏସସି ସମନ୍ବୟ ସମିତି ଗୋଲାମୁଣ୍ଡା ବ୍ଲକ ତରଫରୁ କାର୍ଲିଠାରେ ପାଳିତ ହୋଇଯାଇଛି । ଡମ ସମାଜ ସଭାପତି ରାମ କୁମାର ସେନାପତିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ. ବି ଆର୍ ଅମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ ସହ ଆରମ୍ଭ ହୋଇଥିଲା ‌। କାର୍ଯ୍ୟକ୍ରମରେ ଡ଼ଃ. ବାବା ସାହେବଙ୍କ ଜୀବନୀ କାହାଣୀ ସହିତ ତାଙ୍କର ଶିକ୍ଷା ସମେତ ରାଜନୈତିକ କ୍ଷେତ୍ରରେ ସଫଳତା ପାଇଥିବା ବିଷୟରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଅଭିଭାଷଣ ରଖିଥିବା ବେଳେ ସମାଜ ସଂଗଠନକୁ ଗୁରୁତ୍ବ ଦେବା ନେଇ ରାମ କୁମାର ସେନାପତି ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ ଓବିସି,ଏସଟି,ଏସସି ସମନ୍ବୟ ସମିତିର ବ୍ଲକ ସଭାପତି ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରବିନ୍ଦ୍ର କୁମାର ସାହୁ, ବୋରଗୁଡା ରାଜସ୍ବ ନିରୀକ୍ଷକ ତାପସ ମଙ୍ଗରାଜ, ସାମନ୍ତ ଦୁର୍ଗା, ଭୁବନେ ନିଆଲ, ଭାଗ୍ୟବାନ ବାଗ, କ୍ଷେତ୍ର ମୋହନ ଛତ୍ରିଆ, ସୁଦର୍ଶନ ବେଶ୍ରା, ମେଘରାଜ ଦୁର୍ଗା, ଭୀମା ବାଗ, ନମ୍ରତା ସିପକା, ଚମ୍ପା ହରପାଲ, କୁନ୍ତଳା ବାଗ, କମଳା ଜାଲ, କୃଷ୍ନ ଚନ୍ଦ୍ର ବାଗ, ଭକ୍ତିରାମ ବାଗ, ଅମର ନିଆଲ, ଜ୍ଞ୍ୟାନି ହରପାଲ ପ୍ରମୁଖ ଯୋଗଦାନ ଦେଇଥିଲେ । ଏଥିରେ ଗୋଲାମୁଣ୍ଡା ବ୍ଲକ ୧୨୮ ଟି ଗ୍ରାମରୁ ଏକ ହଜାରରୁ ଅଧିକ ଜନ ସାଧାରଣ ଉପସ୍ଥିତଥିବା ବେଳେ ମୁରଳି ବାଗ ସଭା ପରିଚାଳନା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.