ବେହେରାପାଟି ଶ୍ରୀରାମ ନବମୀ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ

ନବ ନିର୍ମାଣାଧିନ ରାମ ମନ୍ଦିର ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପ୍ରଗତିବାଦୀ କଳାହାଣ୍ଡି ଡିଜିଏମ୍ ଏବଂ ନର୍ଲା ତହସିଲଦାର 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବେହେରାପାଟି ସ୍ଥିତ ଶ୍ରୀରାମ ମନ୍ଦିରରେ ଗତ ରବିବାର ଠାରୁ ଚାଲିଛି ଶ୍ରୀରାମ ନବମୀ ଉତ୍ସବ । ପ୍ରତ୍ୟହ ଶ୍ରୀରାମ ଜୀଉଙ୍କ ସକାଳ ମଙ୍ଗଳ ଆଳତୀ ଠୁଁ ନେଇକି ସାଧ୍ୟ ଆଳତୀ, ରାମାୟଣ ପଠନ ପ୍ରଭୃତି କାର୍ଯ୍ୟକ୍ରମ ଚାଲିଛି । ଶତାଧିକ ସଂଖ୍ୟାରେ ଧର୍ମପରାୟଣା ମହିଳା ଓ ପୁରୁଷ ଭକ୍ତ ମାନେ ମନ୍ଦିରରେ ସମବେତ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ କୃପାଭିକ୍ଷା କରୁଥିବା ବେଳେ ସଂଧ୍ୟାରେ ଚାଲିଛି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଆଜି (ଗୁରୁବାର ୧୪/୯) କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ବେହେରାପାଟି ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ତାଙ୍କ ସହ ପ୍ରଗତିବାଦୀ ଖବରକାଗଜର ବରିଷ୍ଠ ସାମ୍ବାଦିକ କଳାହାଣ୍ଡି ଡିଜିଏମ୍ କମ୍ବୁପାଣି ମିଶ୍ର, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଅଭିଷେକ ଇଣ୍ଡେନ ଗ୍ୟାସ୍ ର ସିଇଓ ସମୀର ଚାନ୍ଦ୍ ପ୍ରମୁଖ ପହଞ୍ଚି ଶ୍ରୀରାମ ଜୀଉଙ୍କ ଦର୍ଶନ କରିଥିଲେ । ପୂଜକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥିଙ୍କ ମଙ୍ଗଳ ମନାସୀ ପ୍ରଭୁଙ୍କ ସମୀପରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଉପସ୍ଥିତ ଭକ୍ତ ବୃନ୍ଦ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ରାମ ମନ୍ଦିର ନିର୍ମାଣ ସମିତିର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାଏକ, କମିଟିର ବରିଷ୍ଠ ସଦସ୍ୟ ହର ସା, ରମେଶ ନାଏକ, କର୍ଣ୍ଣା ନାଏକ, ଗଣେଶ ବଗର୍ତ୍ତି, ସୁଦାମ ପଣ୍ଡା, ବିଶି ପଣ୍ଡା, ନୀଳମଣି ଭୋଇ, ନିର୍ମଳ ବଗର୍ତ୍ତି, ଶେଷଦେବ ନାଏକ, ଭବାନୀ ଶଙ୍କର ନାଏକ, ଶଙ୍କର ଗଉଡ, ଲୋଚନ ଗଉଡ଼ଙ୍କ ସହ ନବ ନିର୍ମାଣାଧିନ ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଓ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ । ଶ୍ରୀରାମ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଅତିଥି ମାନଙ୍କୁ ସଂକୀର୍ତ୍ତନ ମାଧ୍ୟମରେ ପାଛୋଟି ଆଣିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.