ଖମନପଡା ଶାଳବଣରେ ମାଁ ତାରିଣୀଙ୍କ ଚଇତି ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଖମନପଡ଼ା ଗାଁର ଶାଳବଣ ମଧ୍ୟରେ ଥିବା ତାରିଣୀ ପୀଠରେ ତିନି ଦିନ ଧରି ମାଁ ତାରିଣୀଙ୍କ ଚଇତି ପର୍ବ ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବରେ ଗାଡେବନ୍ଧ ସରପଞ୍ଚ କବିତା ବାଗ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ଗାଡେବନ୍ଧ ନାଏବ ସରପଞ୍ଚ ଏଲିସା ନାଗ ଯୋଗ ଦେଇଥିବାବେଳେ ଶେଷ ରଜନୀରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ସମାଜସେବୀ ଟିକଧର ସାହୁ, ପୂର୍ଣଚନ୍ଦ୍ର ରଣା, ଯୁବ ସମାଜ ସେବୀ ଗୋବିନ୍ଦ ତାଣ୍ଡି, ନିଶାନପୁର ସରପଞ୍ଚ ପ୍ରତିନିଧି ମନୋଜ କରୁଆଁ, ଗାଡେବନ୍ଧ ସମିତି ସଭ୍ୟ ପ୍ରତିନିଧି ଅଜିତ ସାହୁ, ଯୁବ ସମାଜ ସେବୀ କେତନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ । ଜିତେନ୍ ମାଝୀ, ଗୁଡ଼ୁ ବିଭାର, ଧର୍ମେନ୍ଦ୍ର ମାଝୀ, ନୀଳାଞ୍ଚଳ ବିଭାର, ଦିଲୀପ ବାଗ ପ୍ରମୁଖ ସହଯୋଗ କରିଥିଲେ । ପ୍ରତିଦିନ ବିଧିବିଧାନ ପୂର୍ବକ ମାଁ ତାରାଣୀଙ୍କ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ ନିତି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା । ଏହାସହ ପ୍ରତ୍ୟେକ ରାତିରେ ମହିଳା ଦଣ୍ଡ ନୃତ୍ୟ, ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.