୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନ୍ୟାୟ ପ୍ରତିଷ୍ଠା ମଞ୍ଚ ନୂଆପଡାର ସଚେତନତା କର୍ମଶାଳା

Khariar Road ।। OB

Omkar Vasthu
Omkar Vasthu

ନୂଆପଡା,୧୯/୩ : ଖରିଆର ରୋଡ ସ୍ଥିତ ଦାଦାଜି ଭବନ ଠାରେ ନ୍ୟାୟ ପ୍ରତିଷ୍ଠା ମଞ୍ଚ ନୂଆପଡା ତରଫରୁ ଏକ ସଚେତନ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନ୍ୟାୟ ପ୍ରତିଷ୍ଠା ମଞ୍ଚ ନୂଆପଡାର ସଂଯୋଜକ ସୁରେଶ ଆଚରୀ ସଭାପତିତ୍ୱ କରିଥିଲେ । କାଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ସ୍ଥାନୀୟ ବାସିନ୍ଦା, ଯୁବକ, ସାମାଜିକ କର୍ମୀ ଏବଂ ମହିଳା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ୨୦୧୯ ସାଧାରଣ ନିର୍ବାଚନ ରେ କାହାକୁ ଭୋଟ ଦେବା ଉଚିତ କୌଣସି ପ୍ରାର୍ଥୀ ଙ୍କୁ କିମ୍ବା କୌଣସି ପାର୍ଟି କୁ ଏହାକୁ ନେଇ କେତେ ଗୁଡିଏ ପ୍ରଶ୍ନ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଯାହା ଦ୍ୱାରା ଭୋଟର ସଚେତନ ହୋଇଥିଲେଯେ ନିଜର ଭୋଟ କୌଣସି ଚାପ ରେ କାହାକୁ ଦେବା କଥା ନୁହେଁ, ପ୍ରାର୍ଥୀ ଙ୍କ ଠାରୁ ମଦ, ମାଂସ, ଟଙ୍କା ନେଇ ସମ୍ବିଧାନ ଦ୍ୱାରା ପ୍ରାପ୍ତ କେବଳ ଏକ ମାତ୍ର ମତ ଦାନ ଦେବାର ଅମୁଲ୍ୟ ଅଧିକାରକୁ କଳଙ୍କିତ କରିବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ଯେଉଁ ପ୍ରାର୍ଥୀ କିମ୍ବା ପାର୍ଟି ଜନସାଧାରଣ ଙ୍କ ଦୁଃଖ ବୁଝିବ, ସୁଖ ଦୁଃଖ ରେ ଠିଆ ହେବ, ଗରିବ ଓ ଶ୍ରମିକ ଙ୍କ ପାଇଁ କାମ କରିବ ସେହି ଭଳି ଲୋକ ଙ୍କୁ ନିଜର ଇଚ୍ଛା ରେ ବଛି ଭୋଟ ଦିଅନ୍ତୁ ବୋଲି ଶ୍ରୀ ଆଚରୀ ଅଭିଭାଷଣ ପ୍ରଦାନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଦିପକ ମହାରଣା, କିଶୋର କାଳିଆ, ଶୁଭେନ୍ଦୁ ରଥ, ରାଣୀ ସୋନୀ, ଗଦାଧର ବାଗ, ମୁକେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.