ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ଖବର କାଗଜର ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ସାମନ୍ତରାୟ ଗୁରୁବାର ସନ୍ଧ୍ୟାରେ ଚିକିତ୍ସିତ ଅବସ୍ଥାରେ ଆରପାରିକୁ ଚାଲି ଯାଇଅଛନ୍ତି । ତାଙ୍କ ବିୟୋଗରେ କୋରାପୁଟ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଅଛି । ଏହି ଅବସରରେ କୋରାପୁଟ ପ୍ରେସ କ୍ଲବର ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ହୋଇଥିଲେ । ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ବର୍ଗତ ପ୍ରଶାନ୍ତଙ୍କ ଫୋଟୋଚିତ୍ରରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ କ୍ୟାଣ୍ଡେଲ ଜାଳି ସ୍ବର୍ଗତ ପ୍ରଶାନ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ସମସ୍ତ ସାମ୍ବାଦିକ । ସେ ଜଣେ ନିଷ୍ଠାବାନ, ପରୋପ୍ରକାରୀ ଭାବେ କୋରାପୁଟ ଜିଲ୍ଲାରେ ପରିଚିତ ଥିଲେ ବୋଲି ଶୋକ ସଭାରେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ, ଆଇନଜୀବୀ, ଉପସ୍ଥିତ ବ୍ୟକ୍ତି ମାନେ ମତ ପ୍ରକାଶ କରିଥିଲେ । କୋରାପୁଟ ସହରର ବୁଦ୍ଧିଜୀବୀ ସହ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଆଇନଜୀବି ଅଶୋକ ଷଢଙ୍ଗୀ,କଂଗ୍ରେସର ଯୁବନେତା ରୂପକ ତୁରୁକ, କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କର୍ମଚାରୀ, କୋରାପୁଟ ପ୍ରେସ କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁ, ରଞ୍ଜନ କୁମାର ଦାସ, ଅଧ୍ୟାପକ ରବି ଶତପଥୀଙ୍କ ସମେତ ପ୍ରେସକ୍ଲବର ସମସ୍ତ ସଦସ୍ୟ ତଥା ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।