ଗୋଲାମୁଣ୍ଡା ଠାରେ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ଗୋଲାମୁଣ୍ଡା ସ୍ଥିତ ଭାରତ ପଡିଆ ଆମ୍ବ ତୋଟା ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ପାଳନ ହୋଇଥିବା ବେଳେ ଶ୍ରୀ ମହାନନ୍ଦ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତା । ଓଡିଶାର ଉନ୍ନତି ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ମହାନ କାମ ପାଇଁ ଓଡ଼ିଆ ଜାତି ତାଙ୍କୁ ଚିରଦିନ ମନେରଖିବ ବୋଲି ସଭାରେ ନିଜ ବକ୍ତବ୍ୟ ରଖିଥିଲେ ଶ୍ରୀ ମହାନନ୍ଦ । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଜୋନ ୧ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ରାଉତ, ଦଶପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ସରିତା ମାଝୀ, ସରପଞ୍ଚ ସଂଘର ସଭାପତି ପୁରୁଷୋତ୍ତମ ରାଉତ, ବିଜେଡି ବ୍ଲକ ସଭାପତି ଦୟା ସାଗର ଚଲାନ , ଚେତନା ମାଝୀ, ପିକଳତା ଦାସ, ପ୍ରିତିଶ ସିପକା, ମାନଝରୀ ଗ୍ରାମପଞ୍ଚାୟତ ସରପଞ୍ଚ ଜଗୁଜୀବନ ଅଘ୍ରିଆ, ମହେନ୍ଦ୍ର ମଙ୍ଗରାଜ, ଚେତନା ମାଝୀ, ଦୁଷ୍ମନ୍ତ ସେନାପତି, ଚୈତନ୍ୟ ମାଝୀ, ଟୁଟୁ ମଙ୍ଗରାଜ, ସୁନିଲ ଅଗ୍ରୱାଲ, ନକୁଲ ବିଶି ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.