ଲାଞ୍ଜିଗଡରେ ବିଜୁବାବୁଙ୍କ ତିରୋଧାନ ଦିବସ

ଆୟୋଜିତ ହେଲା ରକ୍ତଦାନ ଶିବିର

ଲାଞ୍ଜି ବିକାଶ ପରିଷଦର ୭ଜଣ ବିଜେଡିରେ ମିଶିଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାରା ଓଡିଶାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ତିରଧାନ ଦିବସ ମହାସମାରୋହ ସହିତ ପାଳିତ ହେଉଥିବା ବେଳେ ଏହି ପରିପ୍ରେକ୍ଷିରେ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଠାରେ ମହାସମାରୋହର ସହିତ ଏହି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ନିର୍ବାଚନି ମଣ୍ଡଳିରୁ ସମସ୍ତ ଜନ ପ୍ରତିନିଧି ଯୋଗଦେଇ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ବିଜୁବାବୁଙ୍କୁ ଅନୁସରଣ କରି ଆମେ ସମସ୍ତେ ଏକଜୁଟ ହୋଇ ଅଞ୍ଚଳର ବିକାଶଧାରାକୁ ଆଗେଇବା ବୋଲି ପ୍ରକାଶ କରିଥିବା ବେଳେ ଶ୍ରାଦ୍ଧବାର୍ଷିକି ଅବସରରେ ବିଶ୍ୱନାଥପୁର ଡାକ୍ତରଖାନା ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୪୪ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ଆଗାମି ଦିନରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । ଏହି ତିରୋଧାନ ଦିବସ ଅବସରରେ ଲାଞ୍ଜି ପଞ୍ଚାୟତ (ମୁଷାନାଳ) ବିକାଶ ପରିଷଦର ୮ଜଣ ସଦସ୍ୟ ସମିତିସଭ୍ୟ ବେଣୁଧର ବାଗ, ମନିସ ମିଶ୍ର, ଧନେଶ୍ୱର ପାତ୍ର, ଜଗତ ପାତ୍ର, ବିରସା ହରିଜନ, ପ୍ରଫୁଲ୍ଲ କୁମାର ବାଗ, ପିଣ୍ଟୁ ଛର୍ତିଆ, ଧମେନ୍ଦ୍ର ପଣ୍ଡା ବିଜେଡିରେ ସାମିଲ ହୋଇଥିଲେ ।ଏହି ତିରୋଧାନ ଦିବସ ସମାରୋହରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ଲାଞ୍ଜିଗଡ ବ୍ଲକ ବିଧାୟକ ପ୍ରତିନିଧି ପ୍ରଦିପ ଘଡେଇ, ଜଗଦିଶ ବେନିଆ, ଜିଲ୍ଲାପରିଷଦ ସଭ୍ୟ ପରକ୍ଷିତ ନାଏକ, ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଉପାଧ୍ୟକ୍ଷା ଜୟନ୍ତି ମାଝୀ, ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା ମାଝୀ, ଭବାନୀପାଟଣା ଜିଲ୍ଲାପରିଷଦ ସଭ୍ୟା ପୁଷ୍ପଲତା ନାଏକ, ଜୟପାଟଣା ଜିଲ୍ଲାପରିଷଦ ସଭ୍ୟ ଦେବ ପୁଝାରୀ, ମାଲଗାଁ ସରପଞ୍ଚ ବିଷ୍ଣୁପ୍ରିୟା ଦୁର୍ଗା, ଚନ୍ଦ୍ର ପେସନିଆ, ମନହର ହରପାଲ, ଅଜିତ କୁମାର ପ୍ରଧାନ, ଆଶୁତ୍ତୋଷ ପୁରୋହିତ, ଅଶୋକ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତିଙ୍କ ସଭାପତିତ୍ୱରେ ଏହି ଶ୍ରାଦ୍ଧଦିବସ ପାଳିତ ହୋଇଥିବା ବେଳେ ଗୋପାଳଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.