ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ଉତ୍କେଳା କ୍ଲଷ୍ଟର ଅଧିନ ସିଆଲଜୁଡ଼ିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବାପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଇବେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପଞ୍ଚୁନାଥ ପୁଟେଲ ସମସ୍ତ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଆର୍ଶିବଚନ ପ୍ରଦାନ କରିଥିଲେ । ଶିକ୍ଷକ ସୁରେନ୍ଦ୍ର ଦୋରା, ଶିକ୍ଷୟତ୍ରୀ ସୁଜାତା ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ମାଝୀ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତ ଜୀବନରେ ଶୃଙ୍ଖଳିତ ହୋଇ ଅଧ୍ୟୟନ କରିବା ପାଇଁ ଉପଦେଶ ଦେଇଥିଲେ । ଶିକ୍ଷୟତ୍ରୀ ସ୍ଵପ୍ନାମୟୀ କର୍ଷ ସଭା ପରିଚାଳନା କରିଥିବାବେଳେ ବିପିନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।