ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶିକ୍ଷକ ଭବନ ନିର୍ମାଣ ପାଇଁ ସ୍ଥାନୀୟ ତହସିଲଦାର ଜ୍ୟୋର୍ତ୍ତିମୟ କରଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ସୁରେନ୍ଦ୍ର କୁମାର ଦୋରା, ସମ୍ପାଦକ କୁଷଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ସୁଭସ୍ମିତା ଦାସ, ବନ୍ଦନା ଦାସ ଓ ଅନ୍ୟାନ୍ୟ ଶିକ୍ଷକ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କରଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ପତ୍ର ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, କେସିଙ୍ଗା ଶାଖାର ପ୍ରାଥମିକ ଶିକ୍ଷକ ସଂଘ ଏକ ପୁରାତନ ସଂଘ । ତେବେ କେସିଙ୍ଗା ସହରରେ ସଂଘର ନିଜସ୍ଵ ଜାଗା ନ ଥିବାରୁ ନିର୍ଦ୍ଧିଷ୍ଟ ଭବନଟିଏ ମଧ୍ୟ ହୋଇ ପାରିନି ତେଣୁ ଶିକ୍ଷକ ଭବନ ନିର୍ମାଣ ସକାଶେ ଯେ କୌଣସି ସରକାରୀ ଜାଗା ଚିହ୍ନଟ କରି ଆଦେଶ କରିବା ପାଇଁ ଲିଖିତ ଆକାରେ ତହସିଲଦାରଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ । ସରକାରୀ ନିୟମ ମୁତାବକ ଯଥା ସମ୍ଭବ ଚେଷ୍ଟା କରିବି ବୋଲି କେସିଙ୍ଗା ତହସିଲଦାର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।