ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଫୁଲବାଣୀ ଆଇଟିଡିଏ ରାଜ୍ୟରେ ପ୍ରଥମ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ଥିବା ୨୨ଗୋଟି ଆଇଟିଡିଏ ମଧ୍ୟରେ ଫୁଲବାଣୀ ଆଇଟିଡିଏ ହାସଲ କରିଛି ପ୍ରଥମ ସ୍ଥାନ । ଚଳିତବର୍ଷ କନ୍ଧମାଳ ଜିଲ୍ଲା ପାଇଁ ଆଣିଦେଇଛି ଗୌରବ । ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକକୁ ନେଇ ଫୁଲବାଣୀ ଆଇଟିଡିଏ ଗଠିତ । ଏହି ୩ଟି ବ୍ଳକର ଆଦିବାସୀ ମାନଙ୍କ ଜିବନ ଜୀବିକାରେ ଉନ୍ନତି ଆଣିବା ସହ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିପାରିଛି । ବିଭିନ୍ନ ଗ୍ରାମରେ ଥିବା ଗରୀବ ନାମ ମାତ୍ର ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ପଡିଆ ପଡିଥିବା ଜମିକୁ ମରାମତି କରିବାସହ ଚାଷ ପାଇଁ ମାଗଣାରେ ଉନ୍ନତ ଧରଣର ବିହନ ପ୍ରଦାନ, ପାଣି ପମ୍ପ ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦାନ ସାଙ୍ଗକୁ ବିଭିନ୍ନ ପ୍ରକାର ଧାନ ଓ ପନିପରିବା ଚାଷ ସମ୍ବନ୍ଧୀୟ ତାଲିମ ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି । ଏଥିସହ ମହିଳା ଏସଏଚଜି ଗଠନ କରି ଶତାଧିକ ଆଦିବାସୀ ମହିଳାଙ୍କୁ କୁକୁଡା, ମାଛ ଚାଷ, ଛେଳୀ ପାଳନ ପାଇଁ ପ୍ରୋସାହନ ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳତା ହାସଲ କରିଥିବାରୁ ଏହି ଆଇଟିଡିଏକୁ ସରକାର ପୁରସ୍କୃତ କରିଛନ୍ତି । ରାଜ୍ୟ ସରକାର ମାନପତ୍ର ସହ ପୁରସ୍କାର ରାଶି ବାବଦରେ ୧୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ତଥା ଆଇଟିଡିଏ ଅଧ୍ୟକ୍ଷ ଡ଼ଃ. ବୃନ୍ଦା ଡି‌ ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଓ ଉଚିତ ମାର୍ଗଦର୍ଶନ ସାଙ୍ଗକୁ ପ୍ରକଳ୍ପ ପ୍ରଶାସକଙ୍କ କଠିନ ପରିଶ୍ରମ ଓ ଆଗ୍ରହ, ବିଶେଷକରି ସଠିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ପୁରସ୍କାର ପାଇବାପରେ ପ୍ରକଳ୍ପ ପ୍ରଶାସକଙ୍କ ନିକଟକୁ ବିଭିନ୍ନ ସ୍ତରରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.