ଲାଞ୍ଜିଗଡରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଭିନ୍ନକ୍ଷମ ମାନଙ୍କୁ ସରକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ବର୍ଷକୁ ବର୍ଷ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କରାଯାଉଛି ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରଶାର କରାଯାଇଥିଲା। ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମକୁ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ବ୍ଲକରେ ଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଶିବିରରେ ବ୍ଲକ ୧୧୦ଜଣ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରିଥିଲେ । ଏହି ଶିବିରରେ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୮୮ଜଣ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁ ହୁଇଲ ଚ୍ୟାୟର ଓ ୧୭ଜଣଙ୍କୁ ବସ ଓ ଟ୍ରେନ ପାସ ଦିଆଯାଇଥିଲା। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ପରକ୍ଷିତ ନାଏକ, ଜଗଦିଶ ବେନିଆ, ସୁବାଷ ଚନ୍ଦ୍ର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ହୁଇଲ ଚ୍ୟାୟେର ଓ ପ୍ରମାଣପତ୍ର ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରିଥିଲେ । ଭବାନୀପାଟଣା ଡିଡିଆରସି ଅଫିସରୁ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶୁବାଶିଷ ମହାନ୍ତି, ଏଡିଓଲୋଜିଷ୍ଟ ବାଦଲ କୁମାର ପଟ୍ଟନାୟକ, ମୋବାଇଲିଟି ଇନସପେକ୍ଟର ନିବାସ ଚନ୍ଦ୍ର ସାହୁ, ଡିଏସଏସଓ ମଦନଜିତ ହୋତା, ଡିଏସଏସଓ ସଶ୍ମୀତା ହୋତା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଅସ୍ଥିଶଲ୍ୟ ବିଷେଷଜ୍ଞ ସୁନିଲ କୁମାର ପାଡି ଓ ଡ.ପ୍ରତାପ କୁମାର ପଟ୍ଟନାୟକ, କାନ, ନାକ ଓ ଗଳା ବିଶେଷଜ୍ଞ ପ୍ରଦ୍ମୁନ୍ନ କିଶୋର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡ.ନିବେଦିତା ସହୁ ପ୍ରମୁଖ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପିତବାସ ଓ ଭୁଜନ ହାତୀ ପଞ୍ଜିକରଣରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.