ସିଆରପିଏଫ୍ ପକ୍ଷରୁ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଟିଫିନ୍ ବୋମା ଉଦ୍ଧାର

ସ୍ଥିତି ଜାହିର କରି ପୋଲିସକୁ ଚ୍ୟାଲେଞ୍ଜ କରୁଛି ମାଓ ସଙ୍ଗଠନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରି କରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସର ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଟିଫିନ୍ ବୋମା ହୋଇଛି ଉଦ୍ଧାର । ସୂଚନା ପ୍ରକାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଲଙ୍କାଗଡ଼ ଗ୍ରାମପଞ୍ଚାୟତର ଗାହାଲି ଗ୍ରାମର ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗରେ କିଛି ଜିନିଷ ବୋହି ନେଇ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସିଆରପିଏଫ୍ କମାଣ୍ଡାଣ୍ଟ୍ ରଣନିତି ପ୍ରସ୍ତୁତ କରିଥିଲେ । ସୂଚନା ପ୍ରକାରେ ଖବର ପାଇବା ପରେ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ କୁମାର ରାଘବେନ୍ଦ୍ରଙ୍କ ନେତୃତ୍ୱରେ ସିଆରପିଏଫ୍ ୧୨୭ ବାଟାଲିୟନର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ଏବଂ ଏନେଇ ଅପରେସନ ଆରମ୍ଭ କରିଥିଲେ । ବିଶେଷଜ୍ଞ ଦଳକୁ ଅପରେସନ୍ ଟିମ୍ ସହ ପଠାଇ ଘଟଣାର ଅନୁସନ୍ଧାନ କରିବା ବେଳେ ଲଙ୍କାଗଡ଼ ଗାହାଲି ଗାଁଠାରୁ ପ୍ରାୟ ୮୦୦ ମିଟର ଦୂରରୁ ଏକ ଟିଫିନ୍ ବୋମା ଉଦ୍ଧାର କରିବାରେ ସକ୍ଷମ ହୋଇଛି ସିଆରପିଏଫ୍ ର ଟିମ୍ । ଏନେଇ ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି କମାଣ୍ଡାଣ୍ଟ୍ ଝା । ଟିଫିନ୍ ବୋମା ଉଦ୍ଧାର ପରେ ବୋମା ନିଷ୍କ୍ରିୟ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ବର୍ତ୍ତମାନ ସମୟରେ କନ୍ଧମାଳର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ ନାମରେ ମାଓବାଦୀଙ୍କ କାର୍ଯ୍ୟକଳାପ ବଢ଼ୁଥିବା କୁହାଯାଉଛି । ଅନ୍ୟପଟେ ପୋଲିସ୍ ପକ୍ଷରୁ ମଧ୍ୟ ଏନେଇ ରଣନିତି ପ୍ରସ୍ତୁତ କରାଯାଉଥିବା ଶୁଣିବାକୁ ମିଳୁଛି । କିନ୍ତୁ ଅଞ୍ଚଳରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ସମସ୍ୟା ସୁଧୁରିବ କେବେ ଏବଂ କେବେ ଏହାର ସମାଧାନ ହେବ, ଏନେଇ ଚାଲିଛି କଳ୍ପନା ଜଳ୍ପନା । ଅନ୍ୟପଟେ ସିଆରପିଏଫ୍ ର ସ୍ବତନ୍ତ୍ର ଟିମ୍ ବହୁ ଖୋଜାଖୋଜି କରିବା ପରେ ସମ୍ପୃକ୍ତ ଅଞ୍ଚଳରୁ ୦୫ ରୁ ୦୬ କିଲୋଗ୍ରାମର ମେକାନିଜମ ଏକ ଟିଫିନ୍ ବୋମା ମିଳିଥିଲା, ଯାହାକୁ ଅପରେସନରେ ଥିବା ସ୍ବତନ୍ତ୍ର ଦଳ ଦ୍ୱାରା ଘଟଣାସ୍ଥଳରେ ନଷ୍ଟ ହୋଇଯାଇଥିଲା ବୋଲି ସିଆରପିଏଫ୍ ପକ୍ଷରୁ କୁହାଯାଇଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.