ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନର ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ ଭବାନିପାଟଣା: ନକଟିଗୁଡା ଆମ୍ବେଦକର ଭବନ ଠାରେ ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନର ସମୀକ୍ଷା ବୈଠକ ସଭାପତି ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସଂଘର ସମସ୍ତ ବିଭାଗ ଦାୟିତ୍ୱରେ ଥିବା କର୍ମକର୍ତ୍ତା ଓ ବ୍ଲକ ସଭାପତି ମାନଙ୍କ କାର୍ଯ୍ୟଧାରା ଉପରେ ସମୀକ୍ଷା କରିବା ସହ ଭବିଷ୍ୟତ ଯୋଜନା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ଯୁବ ସଂଯୋଜକ ମୁଖ୍ୟ ତେଜରାଜ ବେହେରା ଓ ଧର୍ମଗଡ ଉପଖଣ୍ଡ ମୁଖ୍ୟ ଯୁବ ସଂଯୋଜକ ଜ୍ୟୋତି ପ୍ରକାଶ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଆଜି କିଛି ବ୍ଲକ ଯୁବ ସଭାପତି ଚୟନ କରାଯାଇଥିଲା।ଭବାନିପାଟଣା ସହର ପାଇଁ ସଞ୍ଜୟ ଶୁଣାଣି, କଲମପୁର ପାଇଁ ମାଧବ ଶୁଣାଣି, କର୍ଲାମୁଣ୍ଡା ପାଇଁ ଟୁନୁ ନନ୍ଦ, ଗୋଲାମୁଣ୍ଡା ପାଇଁ ସଚିକେତନ ଶୁଣାଣି, ସାଧାରଣ ସମ୍ପାଦକ ଲୋଚନ ମଙ୍ଗରାଜ, ଲାଞ୍ଜିଗଡ ପାଇଁ ସୁବାସ ନାଏକ, କେସିଙ୍ଗା ପାଇଁ ଉପେନ୍ଦ୍ର ନାଗ, ଜୟପାଟଣା ପାଇଁ ଅରକ୍ଷିତ କଣ୍ଟା, କାର୍ଯ୍ୟକାରୀ ସଭାପତି ଶିବାନନ୍ଦ ବେନିଆ, ଉପସଭାପତି ଡିଙ୍ଗର ବାଗ, ସାଧାରଣ ସମ୍ପାଦକ ବେଣୁଧର ଦୁର୍ଗା ପ୍ରମୁଖଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଏହାସହ କିଛି ଦକ୍ଷ କର୍ମକର୍ତ୍ତାକୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଜିଲ୍ଲା ଉପସଭାପତି ଭାବେ ସୂର୍ଯ୍ୟ ନାରାୟଣ କୁମାର, ଭବାନିପାଟଣା ଉପଖଣ୍ଡ ଛାତ୍ର ସଂଯୋଜକ ମୁଖ୍ୟ ଭାବେ ସୁଶୀଲ କୁମାର ବାଗ, କୋକସରା ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ କୌସିକ ଦୂରୀଆଙ୍କୁ ଜିଲ୍ଲା କମିଟି ମନୋନୀତ କରିଛି। ସାଧାରଣ ସମ୍ପାଦକ ଯତୀନ୍ଦ୍ର କର କାର୍ଯ୍ୟକ୍ରମ ପରିଚାଳନ କରିଥିବାବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଏସ ସୁଜାତା, କୋଷାଧ୍ୟକ୍ଷ ଚୈତନ୍ୟ ବେମାଲ, ସାମାଜିକ ମୁଖ୍ୟ ଧବଳେଶ୍ଵର ନାଗ, ମିଡିଆସେଲ ମୁଖ୍ୟ ଗୋପାଳ ଦାସ ମହାନନ୍ଦ, ଉପଦେଷ୍ଟା ଦୟାନିଧି ବାଗ, ଗୋବର୍ଦ୍ଧନ ବାଗ, ଯୋଗେଶ୍ୱର ସାଗର, ତିଲକ ରାମ ନିଆଲ, ଲାଞ୍ଜିଗଡ ବ୍ଲକ ସଭାପତି ଜଗଦୀଶ ବେନିଆ, ଜୁନାଗଡ଼ ବ୍ଲକ ସଭାପତି ମହାଦେବ ବାଗ, ଗୋଲାମୁଣ୍ଡା ବ୍ଲକ ସଭାପତି କ୍ଷେତ୍ରମୋହନ ଛତ୍ରିଆ, ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ, ଆଶୋକା ନାଏକ, ବଳରାମ ଦୁର୍ଗା, ଅଭିଜିତ କର ଓ ସଂଘର ଶତାଧିକ କର୍ମକର୍ତ୍ତା ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.