ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ୧୩ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଲା । ରାଜ୍ୟ ସରକାର ଗରିବ ସିମାରେଖା ତଳେ ରହୁଥିବା ପରିବାରର ମୁରବି ମୃତ୍ୟୁବରଣ କଲେ ଏହି ପରିବାରକୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ଏହି କ୍ରମରେ ଆଜି ବୃନ୍ଦାବାହଲ ଗ୍ରାମ ପଞ୍ଚାୟତର ମୃତ୍ୟୁ ବରଣ କରିଥିବା ୧୩ ଗୋଟି ପରିବାରକୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ସରପଞ୍ଚ ଇଂ. ଦିନେଶ କୁମାର ରାଉତ ।