ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଳା ଗାଁର ରମାକାନ୍ତ ବେସ୍ରା ଓ ଶିବରାତ୍ରି ବେସ୍ରାଙ୍କ ଭିନ୍ନକ୍ଷମ ଝିଅ ନଳିନୀ ବେସ୍ରା ନିଜର ଭାରସାମ୍ୟ ହରାଇ ଚଲାବୁଲା କରି ନପାରି ବହୁତ ହଇରାଣ ହେଉଥିଲେ । ନିଜ ଝିଅର ସେବା ସୁଶ୍ରୁଶା କରି କରି ମା’ ବାପା ମଧ୍ୟ ଶେଷରେ ଭାଙ୍ଗି ପଡ଼ିଥିଲେ । ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟା ବିଷୟରେ ଜାଣିବା ପରେ ସମାଜସେବୀ ଯଶୋବନ୍ତ ରଣା ଡ଼ିଏସଏସ ମଦନଜିତ ହୋତା ଓ ଅରୁଣ ମହାପାତ୍ରଙ୍କୁ ନଳିନୀ ପାଇଁ ଗୋଟିଏ ଟ୍ରାଇ ସାଇକଲ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଡ଼ିଏସଏସଙ୍କ ନିର୍ଦ୍ଦେଶରେ କୋକସରା ବ୍ଳକ ପ୍ରଶାସନ ମାତ୍ର କେଇ ଘଣ୍ଟା ଭିତରେ ନଳିନୀ ବେସ୍ରାଙ୍କୁ ଗୋଟିଏ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ହୁଇଲ ଚେୟାର ମିଳିବା ପରେ ନଳିନୀ ଓ ତାଙ୍କ ପରିବାର ଖୁସିଥିବା ଜଣା ପଡିଛି । ସମାଜସେବୀ ଯଶୋବନ୍ତ ରାଣଙ୍କ ଏହିପରି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।