ଓଡ଼ିଆ ବାର୍ତ୍ତା / କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ । ସେ ବର୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର ଶ୍ରୀ ପାଟିଲଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି । ସେହିପରି ଫୁଲବାଣୀ ଜିଲାପାଳ ଥିବା ଡ଼ା. ବୃନ୍ଦା ଡି ଙ୍କୁ ପରିଚାଳନା ନିର୍ଦେଶକ, ଓ ଏସଏମସିଏଲ. ଭୁବେନଶ୍ୱରକୁ ବଦଳି କରାଯାଇଛି । ଡା. ବୃନ୍ଦା ଡି ଦୀର୍ଘ ପାଞ୍ଚ ବର୍ଷ ଧରି ଫୁଲବାଣୀ ଜିଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ । କନ୍ଧମାଳ ଜିଲ୍ଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠlରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନର ସୁ ବ୍ୟବସ୍ଥା କରିଥିଲେ । କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନକୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ । ବୃନ୍ଦା ଡି ଙ୍କ ସମୟରେ କୃଷି ଓ ଉଦ୍ୟାନ, ମନରେଗା, କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଥିଲା ।