ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଗ୍ରୀଷ୍ମର ବିଦାୟ ସହ ବର୍ଷାଋତୁର ଆଗମନ ହୋଇଛି। ଆଗକୁ ବର୍ଷା ବିତ୍ପାତ ଓ ବନ୍ୟା ପରିସ୍ଥିତି ଭୟାଭୟ ହେବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣା ପିଏଆଇଟିଡିଏ ବିରଞ୍ଚି ନାରାୟଣ ଦରୁଆନଙ୍କ ଅଧ୍ଯକ୍ଷତାରେ ଥୁଆମୂଳ ବ୍ଳକ ସଭାଗୃହରେ ସମସ୍ତ ଅଧିକାରୀଙ୍କୁ ନେଇ ଦୁଇ ଦିନିଆ ‘ସମନ୍ୱୟ ବୈଠକ’ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରିସ୍ଥିତି ଭୟାଭୟ ପରିସ୍ଥିତି ଉପୁଜିଲେ ଲୋକଙ୍କ ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ। ଜୁଲାଇ ୧ ତାରିଖ ଠାରୁ ନଭେମ୍ବର ମାସ ପାଇଁ ବ୍ଳକରେ ଏକ କଣ୍ଟ୍ରୋଲରୁମର ବ୍ଯବସ୍ଥା କରାଯାଇଛି। ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ସଜାଗ ରହିଛନ୍ତି। ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ଯ ସଭ୍ଯା ସମେତ ବ୍ଳକ କାର୍ଯ୍ଯାଳୟର କର୍ମଚାରୀ ଉପସ୍ଥିତ ରହିଥିଲେ। ବନ୍ଯା ପରିସ୍ଥିତି ଓ ବିଭିନ୍ନ ପ୍ରକାର ଘଟଣାରୁ କେଉଁ ପ୍ରକାରରେ ଉଦ୍ଧାର କରାଯାଏ ସେନେଇ ଲୋକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଡେମୋ ଦେଖାଇ ସଚେତନତା ସୃଷ୍ଟି କରାଇଥିଲେ। ତେବେ ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ଅତି କମ ଜନପ୍ରତିନିଧି ଉପସ୍ଥିତ ଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ବ୍ଳକ ପ୍ରଶାସନ ପକ୍ଷରୁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ଅବଗତ କରାଯାଇଥିଲା କି ନାହିଁ?






