ବିଶିଷ୍ଟ ଶିକ୍ଷାବିତ ଡ଼ଃ ଅକ୍ଷୟ କୁମାର ନନ୍ଦଙ୍କ ଶ୍ରଦ୍ଧାଞ୍ଜଳି ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ଡ଼ଃ ଅକ୍ଷୟ କୁମାର ନନ୍ଦଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବରେ ବିଶ୍ବବିଦ୍ୟାଳୟ କୂଳପତି ପ୍ରଫେସର ସଂଜୟ କୁମାର ଶତପଥୀ, କୂଳ ସଚିବ ପିତାମ୍ବର ଭୋଇ, ଡଃ ଅଜୟ ମିଶ୍ର, ଡଃ ବାବା ମିଶ୍ର, କୃଷ୍ଣବତାର ଦେଓ, ଜଗନ୍ନାଥ ମୁଣ୍ଡ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହ ସ୍ବର୍ଗତ ଡଃ ଅକ୍ଷୟ କୁମାର ନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ଆଲୁମିନି ଆସୋସିଏସନ୍ ସାଧାରଣ ସମ୍ପାଦକ ଅବିନାଶ ଠାକୁର ସଭା ପରିଚାଳନା କରିଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ମ୍ୟୁନିସିପାଲଟି ଅଧ୍ୟକ୍ଷ ଆଦିତ୍ୟ ନନ୍ଦ, ପିଜି କାଉନସିଲ ଅଧ୍ୟକ୍ଷ ମେଜର ଜୟଦେବ ସାହୁ, ଡଃ ପ୍ରଶନ୍ନ ଦଣ୍ଡସେନା, ଅଜୟ ପଣ୍ଡା, ମଣ୍ଟୁ ନାଏକ, କୈଶବ ବିହାରୀ, ସୁମନ ରଥ, ହରଜିନ୍ଦର ସିଂ, ସିମାଞ୍ଚଳ ମିଶ୍ର, ଅଶୋକ ପାତ୍ର, ବିଜୟ ସାହୁ, ତ୍ରିଲୋଚନ ପାଣିଗ୍ରାହୀ, ସତ୍ୟନାରାୟଣ ସିଂ, ରବି କାନୁନଗୋ, ସତ୍ୟନାରାୟଣ ମହାପାତ୍ର, ଖୁସବୁ ଅଗ୍ରୱାଲ, ମନିଦ୍ର ମହାନ୍ତି, ସୁନିଲ ମୁଣ୍ଡ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.