କଳାହାଣ୍ଡି ଜିଲ୍ଲା ନାଗରିକ ବିକାଶ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ନାଗରିକ ବିକାଶ ସଂଗଠନ ପକ୍ଷରୁ କାଉଡୋଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜିଲ୍ଲା କାର୍ଯ୍ୟକର୍ତ୍ତା  ଗୌରବ ସୁନାନୀ ଏହି ସମ୍ମିଳନୀରେ ଉପସ୍ଥିତ ରହି ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଗୁଡିକୁ ବୁଲି ଦେଖିବା ସହ ସେସବୁକୁ ଚିହ୍ନଟ କରି ପ୍ରଶାସନ ତଥା ସରକାରଙ୍କ ଠାରେ ଉପସ୍ଥାପନ କରିବା ଏହି ସଂଗଠନର ମୂଳ ଲକ୍ଷ୍ୟ। ଏହି ସମ୍ମିଳନୀରେ ସଂଗଠନର କୋକସରା ବ୍ଳକ ସଂଯୋଜକ ଉପେନ୍ଦ୍ର ସୁନାନୀ , ଧର୍ମଗଡରୁ ଜଗନ୍ନାଥ ସଗରିଆ, ଗୋଲାମୁଣ୍ଡାରୁ ପବିତ୍ର କୁମାର ବେଶ୍ରା, ଜୟପାଟଣାରୁ ଗୋକୁଳ ଛତ୍ରିଆ ଏବଂ ଜନସାଥି ଭାବରେ ମୁକ୍ତା ଠାକୁର, ହେମମାଳିନୀ ନାଏକ, ଅକ୍ଷ କୁମାର ଖମାରୀ, ପରସୁ ଠାକୁର ଏବଂ ଝସକେତନ ହରିଜନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କୋକସରା ବ୍ଳକ ଜନସାଥି ତ୍ରିନାଥ ବେଶ୍ରା ପରିଚାଳନା କରିଥିଲେ। ଏହି ସମାବେଶରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଚକ୍ରଧର ବେଶ୍ରା, ସମ୍ମାନିତ ଅତିଥି ଭାବରେ କାଉଡୋଳା ସମିତି ସଭ୍ୟା ବୈଦେହୀ ବେଶ୍ରା, ନାଏବ ସରପଞ୍ଚ ଜୟନ୍ତୀ ବେଶ୍ରା ଓ ଅଞ୍ଚଳର ବିଶିଷ୍ଟ ସମାଜସେବୀ ହୃଶିକେଷ ବେଶ୍ରା ଯୋଗ ଦେଇ ନାଗରିକ ବିକାଶ ସଂଗଠନର ଏଭଳି ଏକ ମହତ କାର୍ଯ୍ୟକୁ ପ୍ରଶଂସା କରି ଆଗକୁ ସହଯୋଗର ହାତ ବଢ଼ାଇବା ପାଇଁ ମତପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.