ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧୀନତାର ଅମୃତ ମହୋତ୍ସବ ତଥା ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଜାତୀୟ ପତାକା ଉତ୍ତୋଳନ କରି ସମବେତ ଛାତ୍ର ଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେଇଥିଲେ । ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ଅଧ୍ୟାପକ ପ୍ରବୀର କୁମାର ରାୟ, ତ୍ରିନାଥ ପଟ୍ଟନାୟକ, ଯଯାତି କେଶରୀ ରାଉତ, ଗୋବର୍ଦ୍ଧନ ମେହେର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭାରତ ସ୍କାଉଟ୍ ରୋଭର୍ ଲିଡର ସନ୍ତୋଷ କୁମାର ବାରିକ କାର୍ଯକ୍ରମ ସଂଯୋଜନା କରିଥିଲେ। ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ତଥା ଯୁବ ରେଡ଼କ୍ରସ, ରେଡ୍ ରିବନ୍ କ୍ଳବ୍ ଓ ଭାରତ ସ୍କାଉଟ ଗାଇଡ ବିଭାଗର ସ୍ବେଛାସେବୀମାନେ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ହୋଇଥିବା +୨ କଳା ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ଛାତ୍ରୀ ଡଲି ସାହୁ, ବିଜ୍ଞାନରେ ସତ୍ୟବନ୍ତ ବରେଟ୍ ଓ ବାଣିଜ୍ୟରେ ଖଗେଶ୍ବର ନାଏକଙ୍କୁ ଅଧ୍ୟକ୍ଷ ସମ୍ବର୍ଦ୍ଧନା କରିବା ସହ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ଥିଲେ। ଶେଷରେ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.