ନର୍ଲାରେ ୭୬ ତମ ସ୍ୱାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତିକୂଳ ପାଗ, ପ୍ରବଳ ବର୍ଷା ସତ୍ୱେ ନର୍ଲାର ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ଗୁଡିକରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ନର୍ଲାରେ ମଧ୍ୟ ହର ଘର ତ୍ରିରଙ୍ଗା ଲାଗିଥିବା ଦେଖିବାକୁ ମିଳୁଛି ।ଚଳିତ ବର୍ଷ ନର୍ଲା ହାଇସ୍କୁଲ ପଡ଼ିଆରେ ସାମୁହିକ ପତାକା ଉତ୍ତୋଳନ କରାଯାଇ ନାହିଁ । ସେହିଭଳି ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ୟାରେଡ଼ ହୋଇନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶ ନାଏକ, ସେକ୍ସନ ଅଫିସର ଦିଗ ପଧାନ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ ଓ ବ୍ଲକର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ସେହିଭଳି ନର୍ଲା ବଣିକ ସଂଘ ପକ୍ଷରୁ ନର୍ଲା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ପତାକା ଉତ୍ତୋଳନ କରାଯାଇଥିଲା । ନର୍ଲା ଡ଼ିଏସପି ରେଣୁକା ସୁନା ନର୍ଲା ଥାନା ଓ ବଣିକ ସଂଘର ପତାକା ଉତ୍ତୋଳନ କରିଥିଲେ । ବଣିକ ସଂଘର ସଭାପତି ଅଜୟ ପଣ୍ଡା, ସମ୍ପାଦକ ପ୍ରୀତମ ସାହୁ, ସଦସ୍ୟ ବିଜୟ ପଣ୍ଡା, ନିକୁ ଦତ୍ତା, ମନୋଜ ମହାପାତ୍ର, ଆଶୀଷ ପଣ୍ଡା, ପୂରବ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ସେହିଭଳି ନର୍ଲା ଚାରିଛକରେ ସାମ୍ବାଦିକ ୟୁନିଅନର ପତାକା ଉତ୍ତୋଳନ ଓ ସର୍ଗିଗୁଡା ଗେଟ ଫାଟକ ବିଜେପି କାର୍ଯ୍ୟାଳୟର ପତାକା ଉତ୍ତୋଳନରେ ଯୁବ ବିଜ୍ଞାନୀ, ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ପ୍ରକୃତି ମିତ୍ର ସନ୍ତୋଷ କୁମାର କର ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ଏଥିରେ ନର୍ଲା ସାଂସଦ ପ୍ରତିନିଧି ପ୍ରଦୀପ କୁମାର ନାଏକ, ମନ୍ମୟ ଚାନ୍ଦ, ବିଜୟ ନାଏକ, ଲକ୍ଷ୍ମଣ ଦୀପ ତଥା ଅନେକ କାର୍ମୀ ଉପସ୍ଥିତ ରହିଥିଲେ । ଜାତୀୟ ସଂଗୀତ ସାଙ୍ଗକୁ ବନ୍ଦେ ମାତରମ ମଧ୍ୟ ଗାନ କରାଯାଇଥିଲା । ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ ବିଇଓ ଅଫିସ ର ପତାକା ଉତ୍ତୋଳନ କରିଥିବା ବେଳେ ନର୍ଲା ତହସିଲ ଅଫିସରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମାତୃପଦ ପ୍ରହରାଜ ପତାକା ଉତ୍ତୋଳନ କରିଥିଲେ ଏଥିରେ ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ବେହେରା, ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତିଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିଭଳି ନର୍ଲା ମେଡିକାଲରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ସନତ କୁମାର ଶତପଥୀ, ଅଭିଷେକ ଇଂଡେନ ଗେସ ଅଫିସରେ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ଚାନ୍ଦ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ରେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ତଥା ରାଷ୍ଟୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକାର୍ତ୍ତା ଅଜୟ କୁମାର ନାଏକ, ପେସିଫିକ ପବ୍ଲିକ ସ୍କୁଲରେ ଚେୟାରମ୍ୟାନ ପ୍ରଶାନ୍ତ ନାୟକ ପତାକା ଉତ୍ତୋଳନ କରିଥିଲେ ।

ଉପରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମ୍ବାଦିକ ନିରଞ୍ଜନ ଗୈାଡ ପତାକା ଉତ୍ତୋଳନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ସେନାପତି, ଶିକ୍ଷୟତ୍ରୀ ସୀମା ପରିଡା, ସଂଗୀତା ବେହେରା ଓ ସବିତା ପାତ୍ରଙ୍କ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ଭାବେ ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ଶାଖାରେ ଶାଖା ପରିଚାଳକ ଖଗେଶ୍ୱର ଭୋଇ, ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ ପତାକା ଉତ୍ତୋଳନ କରିଥିଲେ । ପ୍ରବଳ ବର୍ଷା ସତ୍ୱେ ଏସବୁ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ନର୍ଲାର କେତେଗୋଟି ସରକାରୀ ଅଫିସ ଗୁଡିକରେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିନଥିବା, ଅଫିସରେ ଜାତୀୟ ପତାକା ଉଡାଇନଥିବା ପ୍ରସଙ୍ଗକୁ ନର୍ଲାର ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯିବା ସହ ଏହାକୁ ଦୁର୍ଭାଗ୍ୟ ପୂର୍ଣ୍ଣ ବିଷୟ ବୋଲି କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.