ଜନ୍ମାଷ୍ଟମୀକୁ ନେଇ ଉତ୍ସବ ମୁଖର ନର୍ଲାର ପରିବେଶ

ସରସ୍ୱତୀ ଶିଶୁ ମନ୍ଦିରରେ ହୋମ ଯଜ୍ଞ ଓ ନଗର ପରିକ୍ରମା କାର୍ଯ୍ୟକ୍ରମ

ବିଭିନ୍ନ ମଠ ମନ୍ଦିର ଓ ପୁର ପଲ୍ଲୀରେ ପାଳିତ ହେଉଛି ଜନ୍ମାଷ୍ଟମୀ ବ୍ରତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଜନ୍ମାଷ୍ଟମୀ ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହେଉଛି। ବ୍ଲକର ବିଭିନ୍ନ ମଠ ମନ୍ଦିର, ଅନୁଷ୍ଠାନ ଓ ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଜନ୍ମାଷ୍ଟମୀ ବ୍ରତ ପାଳନ କରାଯାଉଛି। ବୁଢିପଦର ସ୍ଥିତ ପ୍ରାଚୀନ ଦେବଗିରି ମଠ, ନର୍ଲାର ଜଗନ୍ନାଥ ମନ୍ଦିର ଓ ତ୍ରୀନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ରୁପ୍ରାରୋଡ ଜଗନ୍ନାଥ ମନ୍ଦିର, ମାଣ୍ଡେଲ ଜଗନ୍ନାଥ ମନ୍ଦିର, ସେରଗଡ ଜଗନ୍ନାଥ ମନ୍ଦିର, ତୁଲାପଡ ଜଗନ୍ନାଥ ମନ୍ଦିର, ସରିଆଁ ଜଗନ୍ନାଥ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତି ସମ୍ପାଦିତ ହୋଇଛି। ପରମ୍ପରା ଅନୁକ୍ରମେ ଦେବଗିରି ମଠର ଗର୍ଭଗୃହରେ ଯାଦବ ସଂପ୍ରଦାୟର ମହିଳାମାନଙ୍କ ଦ୍ବାରା ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ସଂପନ୍ନ ହେବ ଏହାସହ ଧଅଁରାମାଲର ପିପଲପଡା, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ସମେତ ଅନେକ ଗ୍ରାମରେ ସାମୁହିକ ଜନ୍ମାଷ୍ଟମୀ ବ୍ରତ ପାଳିତ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶେଷ କରି ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନାଚର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜନ୍ମାଷ୍ଟମୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନର୍ଲା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା ଏବଂ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଯୋଗ ଦେଇଥିଲେ। ରାଧାକୃଷ୍ଣ ବେଶରେ ସୁସଜ୍ଜିତ ଶିଶୁଙ୍କ ଦ୍ଵାରା ନଗର ପରିକ୍ରମା କରାଯାଇଥିଲା। ବିଦ୍ୟାଳୟର ସମ୍ପାଦକ ସୁମନ୍ତ ପୁଝାରୀ, ଯୁଗ୍ମ ସମ୍ପାଦକ ଅଜୟ ନାଏକ ଏବଂ ଉପ-ସଭାପତି ପ୍ରମୋଦ ପଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.