କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ପକ୍ଷରୁ ”ବାଳା ଓ ପୋଷଣ ବଗିଚା” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଳକ ଅନ୍ତର୍ଗତ ଗୁଡ଼ିଆଳିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ତରଫରୁ ”ବାଳା ଓ ପୋଷଣ ବଗିଚା” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେପୁଟି ଡ଼ାଇରେକ୍ଟର ଶ୍ରୀକାନ୍ତ ଦଳେଇ, ସମ୍ମାନିତ ଅତିଥି କୋର କମିଟି ସଦସ୍ୟ ନିଳିମା ପାଣ୍ଡେ, ଏଏସପିଏମ ଶାଶ୍ୱତ ସୌରଭ, ସରପଞ୍ଚ ପ୍ରିୟଙ୍କା ମହାକୁଡ଼ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ବ୍ଲକ ପ୍ରୋଗ୍ରାମ ମେନେଜର ଶ୍ରୀଦା ମିତ୍ର ଠାକୁରଙ୍କ ବିଭିନ୍ନ ବ୍ଲକରୁ ଆସିଥିବା ମେନେଜର ମାନଙ୍କ ଦ୍ୱାରା ବିଦ୍ୟାଳୟ କାନ୍ଥରେ ଶିକ୍ଷଣୀୟ ଚିତ୍ର ଅଙ୍କନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାସଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ସୃଜନୀ ଫଳକ, ସୁରକ୍ଷା ସଚେତନତା ଫଳକ, ବିଜ୍ଞାନ କୋଣ, ଗଣିତ କୋଣ, ଶିକ୍ଷଣ ସାମଗ୍ରୀ ବିଷୟରେ ସମସ୍ତଙ୍କୁ ଅବଗତ କରେଇଥିଲେ। ସିଆରସିସି ବିଶ୍ୱଜିତ ରାଏ ଓ ତୁଳସୀ ସାହୁଙ୍କ ନେତୃତ୍ୱରେ ମେଦିନିପୁର, ଦେପୁର ଓ ଗଣନାଥପୁର କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟି ସଦସ୍ୟ ଏଥିରେ ଯୋଗଦାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ନ୍ୟୁଟ୍ରି ଗାର୍ଡେନରେ ବୃକ୍ଷରୋପଣ କରାଯାଇଥିଲା। ପ୍ରକୃତିବନ୍ଧୁ ପ୍ରଦୀପ ସାହୁ ଓ ଯୁବ ଲେଖକ ଡିଲେଶ୍ବର ରଣା କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟ କମିଟିର ସଭାପତି ଲବଣୀ ସାହୁ, ଶିକ୍ଷକ ଶରତ ସା, ତୀର୍ଥ ମହାକୁଡ଼, ସୌଭାଗ୍ୟ ମଞ୍ଜରୀ ଦାଶ, ପ୍ରିୟରଞ୍ଜନ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ। ବିଆରସିସି ଜୟକୁମାର ମାଝୀ ସଭାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଦର୍ଶନ କରିଥିଲେ। ସଭା ଶେଷରେ ଗଣନାଥପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.