ନର୍ଲା ବ୍ଲକରେ ଅହିଂସା ରଥ: ୨୫୦ ମିଟରର ତ୍ରିରଙ୍ଗା ଧରି ସ୍ବାଗତ କଲେ ଅସୁରଗଡବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅନେକ ବ୍ଲକ ପରିକ୍ରମା କରିବା ପରେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ପହଞ୍ଚିଛି ଅହିଂସା ରଥ । ନର୍ଲା ବ୍ଲକର ସେରଗଡ ଠାରେ ପ୍ରଶାସନ ପକ୍ଷରୁ ଏହି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଅମୂଲ୍ୟ ବାଉଲ, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଯାନୀ, ସିଡିପିଓ ନିବାସିନୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ହାତରେ ତ୍ରିରଙ୍ଗା ଧରି ଅନେକ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସରପଞ୍ଚ ଓ ସମିତି ସଭ୍ୟ, ଅନେକ ସ୍ୱେଚ୍ଛାସେବୀ ଓ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ପରେ ଅହିଂସା ରଥ ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ଅଭିମୁଖେ ବାହାରି ଥିଲା । ବାଟରେ ତୁଲାପଡା, ଭାନପୁର, ବାଗପୁର, ନର୍ଲା, ରୁପ୍ରାରୋଡ଼ ଠାରେ ରଥକୁ ଭବ୍ୟ ସ୍ବାଗତ କରାଯାଇଥିଲା । ମାଣ୍ଡେଲ ପଞ୍ଚାୟତର ଅସୁରଗଡ ଠାରେ ପ୍ରଶାସନ ଓ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଶହ ଶହ ଜନତାଙ୍କ ଉପସ୍ଥିତିରେ ଘୁମୁରା, ଗଣାବଜା ଓ ସଂକିର୍ତ୍ତନ ସହ ଅହିଂସା ରଥକୁ ସ୍ବାଗତ କରାଯାଇଥିଲା ।

Omkar Vasthu
Omkar Vasthu

ଅସୁରଗଡର ରାମ ମନ୍ଦିର ପ୍ରାଙ୍ଗଣରେ ଏନେଇ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ଯା ଲିଲି ଦୀପ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଅମୂଲ୍ୟ ବାଉଲ, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଅନେକ ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଏହାସହ ବିଦ୍ୟାଳୟର ଛତ୍ରଛାତ୍ରୀ, ନିର୍ବାଚିତ ଲୋକ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଅହିଂସା ରଥର ଭିଡିଓ ବାର୍ତ୍ତା ଉପସ୍ଥାପିତ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ୍ ଅନିଲ କୁମାର ସାହୁ । ପ୍ରାରମ୍ଭରେ ୨୫୦ ଫୁଟର ତ୍ରିରଙ୍ଗା ଧରି ଅସୁରଗଡବାସୀ ଅହିଂସା ରଥକୁ ସ୍ୱଗାତ କରିଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା । ଏହାପରେ ଅହିଂସା ରଥ ସର୍ଗିଗୁଡା, ଘଣ୍ଟମାଲ ଆଦି ପଞ୍ଚାୟତ ଭ୍ରମଣ କରିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.