ମହାରାଷ୍ଟ୍ର ଛାତ୍ରଛାତ୍ରୀଙ୍କ ଓଡ଼ିଶା ଗସ୍ତ: ତୃତୀୟ ଦିନରେ ଖଣ୍ଡଗିରି, ଉଦୟଗିରି, ଆଦିବାସୀ ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ କଲେ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଗସ୍ତର ତୃତୀୟ ଦିନରେ ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ଓ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ପୁରାତନ ଗୁମ୍ଫାର ଇତିହାସ ବିଷୟରେ ଛାତ୍ରମାନଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଛାତ୍ରଛାତ୍ରୀମାନେ ରାଜ୍ୟର ଆଦିବାସୀ ଜୀବନଶୈଳୀ, କଳା, ସଂସ୍କୃତି ଓ ଆହୁରି ଅନେକ ବିଷୟରେ ଜାଣିବାକୁ ପାଇଲେ।କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଛାତ୍ରମାନେ ଷ୍ଟାଡିୟମର ବିଶ୍ବଶ୍ରେଣୀୟ ଭିତ୍ତିଭୂମିକୁ ଦେଖିବାର ସୁଯୋଗ ପାଇଲେ। ଏଠାରେ ଆଗାମୀ ଏଫଆଇଏଚ୍ ପୁରୁଷ ହକି ବିଶ୍ବ କପ୍ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବର ଭ୍ରମଣ କରିସାରିବା ପରେ, ଛାତ୍ରମାନେ ଜିଆଇଏଫଟି ଭୁବନେଶ୍ବର ଠାରେ ସାଂସ୍କୃତିକ ହବି କ୍ଲାସରେ ଅଂଶଗ୍ରହଣ କରିଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଆଇଏଫଟି ଭୁବନେଶ୍ବର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ଛାତ୍ରମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି। ଜିଆଇଏଫଟି ଭୁବନେଶ୍ବର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଆୟୋଜନ କରୁଛି ଏବଂ ଏହାର ଅଂଶସ୍ବରୂପ ଅନୁଷ୍ଠାନ ମହାରାଷ୍ଟ୍ରର ଏସି ପାଟିଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ, ନଭି ମୁମ୍ବାଇ ଓ ଅନ୍ୟ ବିଭିନ୍ନ ସ୍କୁଲର ୫୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରିତ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.