ବିସମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଟାଙ୍ଗପଦର ଯାତ୍ରା ପଡ଼ିଆ ପରିସରରେ ପ୍ରସିଦ୍ଧ ଦେବତା ବିସମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଢ଼ାରଜା କମିଟି ସଭାପତି ଜଗଦିଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବେ ସମାଜସେବୀ ହରିଶଙ୍କର ପାତ୍ର ଓ ରାଜେନ୍ଦ୍ର ମାଳି ଯୋଗ ଦେଇଥିବା ବେଳେ ୫ଗୋଟି ପଞ୍ଚାୟତ; ବେନଗାଁ, ଲାଖବାହାଳି, ବିଜେପୁର, ମାଳିଯୁବାଙ୍ଗ, ସମେତ ପାହାଡ଼ପଦର ପଞ୍ଚାୟତର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ଅକ୍ଟୋବର ୧୩ ତାରିଖ ଗୁରୁବାର ଦିନ ବିସମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଉକ୍ତ ଦିନ ୬ ଘଣ୍ଟାରୁ କଳସ ଯାତ୍ରା ଆରମ୍ଭ ହେବ, ଏହା ପରେ ୩ଦିନ ପର୍ଯ୍ୟନ୍ତ ରୀତିନୀତି ଅନୁସାରେ କେମିତି ପୂଜାର୍ଚନା କାର୍ଯ୍ୟ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ପୂଜା କମିଟି ଉପ ସଭାପତି କୁମରମଣି ନାଏକ, ସମ୍ପାଦକ ବଳଭଦ୍ର ସାହୁ, ସହ ସମ୍ପାଦକ ଚନ୍ଦ୍ର ମାଝୀ, ବୈଦ୍ୟନାଥ ନାଏକ, ଜଗଦୀଶ ପୁଟା, ଲିଙ୍ଗରାଜ ଦୁର୍ଗା, ଲୋକନାଥ ମାଝୀ, ଉଗ୍ରେସନ ବାଗ, ପରମେଶ୍ୱର ନାଏକ, ସମେତ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.